ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟର ୨ଟି ରେଳ ଷ୍ଟେଶନରେ କୋଭିଡ କେୟାର ସେଣ୍ଟର ହେବ। ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେଶନରେ ଟ୍ରେନ୍ ବଗିରେ କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯିବ। ଉକ୍ତ କୋଭିଡ କେୟାର ସେଣ୍ଟରରେ ରେଲଓ୍ବେର ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହିବେ। ଏ ନେଇ ଶୁକ୍ରବାର ରେଳ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସୂଚନା ଦେଇଛି।
ଦେଶରେ ୨୧୫ଟି କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯିବ। ଯେଉଁଥିରେ ୫ ହଜାର କୋଚ୍ ପ୍ରସ୍ତୁତ କରି ରଖାଯାଇଛି। ତା’ ମଧ୍ୟରୁ ଓଡ଼ିଶାରେ ଏହି୨ଟି କେୟାର ସେଣ୍ଟର ପ୍ରସ୍ତୁତ କରାଯିବ। ଏଥିସହ ହସ୍ପିଟାଲ ପାଇଁ ନୋଡାଲ ଅଫିସର ନିଯୁକ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଯାଇଛି। ଏହି ନୋଡାଲ ଅଫିସର ରେଳ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରିବେ ବୋଲି କୁହାଯାଇଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ମେଟ୍ରୋ, ରାଜ୍ୟ