Advertisement

ଟ୍ରେଲର ଯିବା ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତକାଟ: ଉପଭୋକ୍ତା ହଇରାଣ

ଝୁମ୍ପୁରା, ୧୧।୮ (ଡି.ଏନ.ଏ.)-ବର୍ଷା ନାହିଁ ପବନ ନାହିଁ। ଗତ ଶୁକ୍ରବାର ରାତି ୧୦ଟା ବେଳେ, ହଠାତ୍‌ ଝୁମ୍ପୁରା ଅଞ୍ଚଳର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଗଲା। ପାଗ ଶୁଖିଲା ଥିବାରୁ ବ୍ୟବସାୟ ପ୍ରତିଷ୍ଠାନର କାର୍ଯ୍ୟାଳୟ, ଡାକ୍ତରଖାନା ସହିତ ସାଧାରଣ ବିଦ୍ୟୁତ ଉପଭୋକ୍ତା ମଧ୍ୟ ସତର୍କ ନ ଥିଲେ। ହଠାତ୍‌ ବିଦ୍ୟୁତ ବିଚ୍ଛିନ୍ନ ହେବା ପରେ କଣ ହୋଇଛି ଜାଣିବା ପାଇଁ ଲୋକମାନେ ବିଦ୍ୟୁତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ଲାଗି ପଡିଲେ। ବୁଝିବା ବେଳକୁ ସଦର ବ୍ଲକର ବନ୍ଦ ହୋଇଯାଇଥିବା ଏକ ପ୍ଲାଣ୍ଟର ପୁରୁଣା ଯନ୍ତ୍ରାଶଂ ବୋଝେଇ ୩ଟି ୩୨ ଚକ ବିଶିଷ୍ଟ ଟ୍ରେଲରକୁ ଝୁମ୍ପୁରା ବଜାର ଅଞ୍ଚଳ ରାସ୍ତା ଦେଇ ପାର କରିବା ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ଆଶ୍ଚର୍ଯ୍ୟର କଥା ଟ୍ରେଲର ଗୁଡିକୁ ପାର କରିବା ପାଇଁ ଝୁମ୍ପୁରା ଥାନାର କେତେକ କର୍ମଚାରୀ ଲାଗି ପଡିଥିବାବେଳେ, ନୂତନ ଭାବେ ଝୁମ୍ପୁରା ଥାନାରେ ଯୋଗ ଦେଇଥିବା ଆଇଆଇସିଙ୍କୁ ମଧ୍ୟ କୌଣସି ଖବର ନାହିଁ। ବିନା ସୂଚନାରେ ଏପରି କରାଯାଉଥିବା ନେଇ ଝୁମ୍ପୁରା ନେସ୍କୋ ଜେଇ ଏଲ.ବାରିକ, ଝୁମ୍ପୁରା ଥାନା ଏଏସଆଇ କେ ପେଶାୟତଙ୍କ ସହିତ ଲୋକଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏସମ୍ପର୍କରେ ଯୋଡାସ୍ଥିତ ନେସ୍କୋର ନିର୍ବାହୀ ଯନ୍ତ୍ରୀ ଏକେ ମହାନ୍ତ ଏବଂ ଝୁମ୍ପୁରା ଥାନା ଆଇଆଇସି ବିରଞ୍ଚି ବାଗ୍‌ଙ୍କୁ ପଚାରିବାରୁ ଏ ବିଷୟରେ ସେମାନେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel