Categories: ଜାତୀୟ

ଟ୍ରୋଲ୍‌ ହେଲେ ଥରୁର

ନୂଆଦିଲ୍ଲୀ,୨୧।୧୨: କଂଗ୍ରେସ ନେତା ଶଶି ଥରୁର ଅନେକ ସମୟରେ କିଛି ନା କିଛି ବୟାନ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ସେ ଭାରତର ଏକ ବିବାଦୀୟ ନକ୍ସା ଟୁଇଟରରେ ପୋଷ୍ଟ କରିବା ପରେ ଟ୍ରୋଲ୍‌ ହୋଇଛନ୍ତି। ଉକ୍ତ ନକ୍ସାରେ କଶ୍ୱୀରର କିଛି ଅଂଶ ଦୃଶ୍ୟ ହେଉ ନ ଥିବା ବେଳେ ସେ ‘ଭାରତ ବଚାଓ’ ରାଲି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହାକୁ ଦେଖି ଟୁଇଟର ୟୁଜରମାନେ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି। ଏହାପରେ ସେ ଉକ୍ତ ପୋଷ୍ଟକୁ ହଟାଇ ଦେଇଥିବା ଜଣାପଡିଛି। ଏହାପରେ ବି ସୋସିଆଲ ମିଡିଆ ୟୁଜର ଏହାର ସ୍କ୍ରିନ୍‌ ସଟ୍‌ ନେଇ ତାଙ୍କୁ ଟ୍ରୋଲ୍‌ କରିବାରେ ଲାଗି ପଡିଛନ୍ତି।

Share