ଟ୍ରୋଲ ହେଉଛନ୍ତି ରଶ୍ମି

ବମ୍ବେ: ବିଗ୍‌ବସରେ ପ୍ରତିଯୋଗୀ ସିଦ୍ଦାର୍ଥ ଶୁକ୍ଳାଙ୍କ ମା’ଙ୍କ ଉପରେ ଟିପ୍ପଣୀ ଦେଇ ଟ୍ରୋଲ ହେଉଛନ୍ତି ରଶ୍ମି ଦେଶାଇ। କଲର୍ସ ଚ୍ୟାନେଲର ସୋସିଆଲ ପେଜ୍‌ରେ ଶେୟାର କରାଯାଇଥିବା ଏକ ପ୍ରମୋ ଭିଡିଓକୁ ନେଇ ରଶ୍ମିଙ୍କୁ ଟ୍ରୋଲ କରାଯାଉଛି।

ଶୁକ୍ରବାର ପ୍ରସାରିତ ହେବାକୁ ଥିବା ଏପିସୋଡରେ ସିଦ୍ଧାର୍ଥ-ରଶ୍ମିଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିବ, ଯାହାର ଝଲକ ଭିଡିଓରେ ଦେଖିବାକୁ ମିଳୁଛି। ତେବେ ସିଦ୍ଦାର୍ଥ ରଶ୍ମିଙ୍କୁ ପ୍ରଥମେ ଆସିମ୍‌ଙ୍କ ଚାକରାଣୀ ବୋଲି କହିଛନ୍ତି। ଏହାପରେ ରଶ୍ମୀ ରାଗିଯାଇ ‘ତୋ ମା’ ମଧ୍ୟ ଚାକରାଣୀ, ଯିଏ କି ରୋଷେଇ କରେ’ ବୋଲି କହିଛନ୍ତି। ଏଭଳି ବୟାନକୁ ନେଇ ସିଦ୍ଧାର୍ଥଙ୍କ ପ୍ରଶଂସକ ରଶ୍ମିଙ୍କୁ ସମାଲୋଚନା କରୁଛନ୍ତି। ଏହା ଲଜ୍ଜାହୀନ କଥା। ଜଣେ ମହିଳା ହୋଇ ମା’ଙ୍କୁ ଏପରି କହିବା ତାଙ୍କ ପକ୍ଷରେ ଶୋଭା ପାଉନାହିଁ ବୋଲି ଜଣେ ପ୍ରଶଂସକ ଲେଖିଛନ୍ତି। ଏପରିକି ରଶ୍ମି ଶୋ’ରେ ମହିଳା କାର୍ଡ ଖେଳୁଥିବା କେତେକେ କହୁଛନ୍ତି।

Share