ଟ୍ରୋଲ ହେଲେ ତାହିରା, ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସି ଉଠାଇଥିଲେ ଫଟୋ

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନ୍ନାଙ୍କ ସ୍ତ୍ରୀ ତାହିରା କଶ୍ୟପଙ୍କୁ ସମାଲୋଚନା। ସେ ପୁଣି ଏକ ଫଟୋ ପାଇଁ। ତାହିରା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସିଥିବା ବେଳର ଏକ ଫଟୋ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। କାହାର ଧାର୍ମିକ ଭାବନାକୁ ଅସମ୍ମାନ କରିବା ଉଚିତ ନୁହେଁ, ଅନ୍ୟର ଧର୍ମକୁ ସମ୍ମାନ କରିବା ଉଚିତ ବୋଲି ଅନେକେ ବ୍ୟବହାରକାରୀ ମତ ରଖିଛନ୍ତି। ତେବେ ଏହା ଜାଣିବା ପରେ ତାହିରା ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଫଟୋକୁ କୌଣସି ଉଦ୍ଦେଶ୍ୟରେ ଶେୟାର କରି ନାହାନ୍ତି ବୋଲି କହିଛନ୍ତି। ସେ କେବଳ ବୁଦ୍ଧଙ୍କ ପ୍ରତି ଥିବା ଭଲପାଇବା ପ୍ରକାଶ କରିବା ଲାଗି ଫଟୋ ଶେୟାର କରିଥିଲେ। ଏଣୁ ଯଦି କାହାର ଭାବନାକୁ କଷ୍ଟ ପହଞ୍ଚିଥାଏ ତେବେ କ୍ଷମା କରିଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ତାହିରା ପୂର୍ବରୁ କ୍ୟାନ୍‌ସର ପୀଡିତ ହେବା ନେଇ ଚର୍ଚ୍ଚାରେ ଆସିଥିଲେ। ସେ ଏହି ରୋଗ ସହ ଲଢ଼ୁଥିବା ସମୟର ଫଟୋ ଭାଇରାଲ ହୋଇଥିଲା।

Share