ଟ୍ୟାଙ୍କର-ଟ୍ରକ ଧକ୍କା: ଜଳିଗଲା ଟ୍ୟାଙ୍କର

ରାୟଗଡ଼ା ଅଫିସ,୯।୧: ରାୟଗଡ଼ାର ମଝିଘରିଆଣୀ ମନ୍ଦିର ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର ଏବଂ ଟ୍ରକ ମଧ୍ୟରେ ଧକ୍କା ହେବାରୁ ରାସ୍ତା ଉପରେ ଟ୍ୟାଙ୍କରଟି ଜଳିଯାଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି। ଟ୍ୟାଙ୍କରଟି ଆନ୍ଧ୍ରରୁ ଜେକେପୁରକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଲୁହା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଟ୍ୟାଙ୍କରଟି ଜଳିଯାଇଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ପରେ ପ୍ରାୟ ୪ ଘଣ୍ଟା ଧଣି ରାସ୍ତା ଜାମ୍‌ ହୋଇଯାଇଥିଲା।