ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା ପ୍ରାୟ ୫୦ ହଜାର ହେବ। ଜନସ୍ବାସ୍ଥ୍ୟ ବିଭାଗର ହିସାବ କହୁଛି ଏହି ପୌରାଞ୍ଚଳବାସୀଙ୍କ ନିମନ୍ତେ ଦୈନିକ ୭.୧୭ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର ଡେ) ଜଳ ଆବଶ୍ୟକ। କିନ୍ତୁ ବିଭାଗ ୦.୧୭ ଏମ୍‌ଏଲ୍‌ଡି କମ୍‌ ଅର୍ଥାତ୍‌ ୭ ଏମ୍‌ଏଲ୍‌ଡି ଯୋଗାଣ କରୁଛି। ସେହିପରି ପ୍ରଶାସନ ପକ୍ଷରୁ ଏମ୍‌ସିଏଲ୍‌ ଅର୍ଥରେ ୦.୮୦ ଏମ୍‌ଏଲ୍‌ଡି ଜଳ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା କୁହାଯାଉଛି। ତେଣୁ ତାଳଚେରବାସୀ ୦.୬୩ ଏମ୍‌ଏଲ୍‌ଡି ଜଳ ଅଧିକ ପାଉଥିବା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଛି। ହେଲେ ଏପରି ସ୍ଥିତିରେ ପୌରାଞ୍ଚଳରେ ଦୈନିକ ଜଳାଭାବ କେମିତି ଦେଖାଦେଉଛି ତାହା ବୁଝିପାରୁନାହାନ୍ତି ସହରବାସୀ। ପ୍ରଶାସନ ତଥ୍ୟରେ ତାଳମେଳ ଅଭାବ ଜଳ ଜଳ ଦିଶୁଥିବା ବେଳେ ଟ୍ୟାଙ୍କର ପାଣିର ଠିକ୍‌ଣା ଯୋଗାଣ ନେଇ ସେମାନେ ସନ୍ଦେହରେ ପଡ଼ିଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ, ତାଳଚେର ପୌରାଞ୍ଚଳର ୨୧ ଓ୍ବାର୍ଡରେ ଜନସ୍ବାସ୍ଥ୍ୟ ବିଭାଗର ୩ ହଜାର କଞ୍ଜୁମର ଅଛନ୍ତି। ସେମାନଙ୍କ ବ୍ୟତୀତ ୧୮୫ଟି ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ ହେଉଛି। ସହରକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ବ୍ରାହ୍ମଣୀ ନଦୀ କୂଳରେ ବିଭାଗର ପମ୍ପହାଉସ ସହ ଜଳ ବିଶୋଧାନଗାର ଓ ଇନ୍‌ଟେକ ୱେଲ ରହିଛି। ୫ ନମ୍ବର ଇନ୍‌ଟେକ ୱେଲରେ ସ୍ବରେଜ ବୋର୍ଡର ଦୂଷିତ ଜଳ ସିଧାସଳଖ ମିଶୁଥିବାରୁ ତାହାକୁ ବନ୍ଦ ରଖାଯାଇଛି। କେବଳ ୪ ନମ୍ବର ଇନ୍‌ଟେକ ୱେଲରୁ ଜଳଯୋଗାଣ କରାଯାଉଛି। ଏଥିପାଇଁ ପମ୍ପଗୁଡିକ ଦୈନିକ ୧୬ରୁ ୧୮ ଘଣ୍ଟା ଚଳାଯାଉଛି। କେତେକ ଅଞ୍ଚଳକୁ ୨ଥର ଜଳଯୋଗାଣ ହେଉଥିବା ବେଳେ ଜଳାଭାବରୁ ବାଘୁଆବୋଲ ଅଞ୍ଚଳକୁ ଥରୁଟିଏ ଯୋଗାଣ କରାଯାଉଛି। ୨୦ ନମ୍ବର ୱାର୍ଡର କୁଷ୍ଠାଶ୍ରମ, ହରିଜନ ସାହି, ହାଣ୍ଡିଧୂଆଁ, ଗଣେଶ ବିହାର, ହାଣ୍ଡିଧୂଆ ତେଲିସାହି, ଡିମରଗୁଡି ସାହିକୁ ପାଇପ୍‌ ଯୋଗେ ଜଳଯୋଗାଣ ହେଉ ନାହିଁ। ଏ ସବୁ ସ୍ଥାନରେ ୧ ହଜାର ଲିଟର ବିଶିଷ୍ଟ ସିନଟେକ୍ସ ଟାଙ୍କି ସ୍ଥାପନ କରାଯାଇଛି। କୁଷ୍ଠାଶ୍ରମରେ ୨, ହରିଜନ ସାହି ୨, ଦେଉଳବେଡାରେ ୧, ଡିମରଗୁଡିରେ ୪, ରେମୁଆଁ ୫, ଚାଉଳିଆକୁତାରେ ୨, ୪ ନମ୍ବର ୱାର୍ଡ ସିଂହସାହିରେ ୪ଟି ସିନଟେକ୍ସ ଟାଙ୍କି ବସାଯାଇଛି। ପ୍ରତିଦିନ ଜନସ୍ବାସ୍ଥ୍ୟ ବିଭାଗର ଟ୍ୟାଙ୍କର ସେଠାରେ ପାଣି ଦେଇ ଆସୁଛି।
ସେହିପରି ପ୍ରତିବର୍ଷ ଖରାଦିନେ ସହରବାସୀଙ୍କୁ ଜଳାଭାବରୁ ରକ୍ଷା କରିବା ଲାଗି ପ୍ରଶାସନ ପକ୍ଷରୁ ୨୧ଟି ୱାର୍ଡକୁ ୧୦୦ ଟ୍ରିପ୍‌ (୮ ହଜାର ଲିଟର ବିଶିଷ୍ଟ ଟ୍ରକ୍‌ ଯୋଗେ) ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। କେଉଁ ୱାର୍ଡକୁ କେତେ ପାଣି ଦରକାର ତାହା ସ୍ଥିର କରାଯାଇଛି। ଏମ୍‌ସିଏଲ୍‌ର ଲିଙ୍ଗରାଜ ଏରିଆ ଏଥିପାଇଁ ପ୍ରତିବର୍ଷ ୭୦ରୁ ୮୦ ଲକ୍ଷ ଟଙ୍କା ପୌର ପରିଷଦକୁ ଦେଉଛି। ପୌର ପରିଷଦ ଟେଣ୍ଡର କରି ଜଳଯୋଗାଣ ବ୍ୟବସ୍ଥା କରୁଛି। ଚଳିତବର୍ଷ ମଧ୍ୟ ଦୈନିକ ୧୦୦ ଟ୍ରିପ୍‌ ଜଳ ଯୋଗାଇ ଦିଆଯାଉଥିବା କୁହାଯାଉଛି। ଯଦି ଜନସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ପାଣି ଯୋଗାଣ ଠିକ୍‌ ଭାବେ ହେଉଛି ତା’ହେଲେ ପୌରାଞ୍ଚଳରେ ଜଳ ସମସ୍ୟା କିପରି ଦେଖାଦେଉଛି ତାହା ବୁଝିପାରୁନାହାନ୍ତି ଓ୍ବାର୍ଡବାସୀ। ବିଶେଷକରି ଯୋଗାଣ ହେଉଥିବା ଟ୍ୟାଙ୍କର ପାଣି କୁଆଡେ ଯାଉଛି ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଭୟ ବିଭାଗର ହିସାବରେ ତାଳମେଳ ରହୁ ନ ଥିବାରୁ ପାଣି ଯୋଗାଣ ନଁାରେ ଯୋଜନାବଦ୍ଧ ଭାବେ ଏକ ର଼୍ୟାକେଟ୍‌ ଜରିଆରେ ଅର୍ଥ ହରିଲୁଟ୍‌ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ଜେଇ ଜଳେନ୍ଦ୍ର ଦେବତା କହିଛନ୍ତି, ଆବଶ୍ୟକ ମୁତାବକ ପାଣି ଯୋଗାଣ କରାଯାଉଛି। ଯେଉଁ ସ୍ଥାନରେ ଅଭାବ ରହିଛି, ସେଠାକୁ ଟ୍ୟାଙ୍କର ପଠାଯାଉଛି। ପୌର ପରିଷଦ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା କହିଛନ୍ତି, ପ୍ରତିଦିନ ପ୍ରାୟ ୧ ଶହ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯାଉଛି। ଯେଉଁଠାରେ ପାଣିର ଅଧିକ ଅଭାବ ପରିଲକ୍ଷିତ ହେଉଛି ସେହି ଅଞ୍ଚଳକୁ ବେଶୀ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଏମ୍‌ସିଏଲ୍‌ ବର୍ଷକୁ ପ୍ରାୟ ୭୦ରୁ ୮୦ ଲକ୍ଷ ଟଙ୍କା ଦେଉଛି ବୋଲି ପରିଡ଼ା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର,୨ା୯(ମନୋଜ ନନ୍ଦ): ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌...

ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ...

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ...

ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri