ଟ୍ୟୁମର ପାଇଁ ବେଶ୍‌ ଉପକାରୀ ଅଶ୍ୱଗନ୍ଧା

ଅଶ୍ୱଗନ୍ଧାର ବିଭିନ୍ନ ଔଷଧୀୟ ଗୁଣ ରହିଛି। ଏହାର ମଞ୍ଜି, ଚେର, ଏବଂ ପତ୍ରଗୁ ଏକାଧିକ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। ଅଶ୍ୱଗନ୍ଧାରେ ରହିଛି ପ୍ରଚୁର ମାତ୍ରାରେ ପ୍ରୋଟିନ କ୍ୟାଲସିୟମ ଏବଂ ଫସଫରସ୍‌ ଭରି ରହିଛି। ଟ୍ୟୁମର୍‌ ପାଇଁ ମଧ୍ୟ ଏହା ଉପକାରୀ। ଟ୍ୟୁମର ଓ ଟ୍ୟୁବର କୁଲୋସିସ ରୋଗ ପାଇଁ ମଧ୍ୟ ଅଶ୍ୱଗନ୍ଧା ମହୌଷଧି ସଦୃଶ କାମ କରିଥାଏ। କର୍କଟ କୋଷ ବୃଦ୍ଧି ହେଉଥିଲେ ତାହାର ନିଦାନ କରେ ଅଶ୍ୱଗନ୍ଧା। ପ୍ରତ୍ୟେହ ଏକ କପ ଗରମ କ୍ଷୀରରେ ଦୁଇ ଚାମଚ ଅଶ୍ୱଗନ୍ଧା ଚୁର୍ଣ୍ଣ ମିଶାଇ ସେବନ କରିଲେ ତାହା ମାନସିକ ରୋଗ ଦୂର କରିବାରେ ସହାୟକ ହୋଇଥାଏ। ଭାରତର ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ହିମାଳୟର ପାଞ୍ଚ ହଜାର ଫୁଟ ଉଚ୍ଚରେ ଦେଖିବାକୁ ମିଳେ ଅଶ୍ୱଗନ୍ଧା।