ଯନ୍ତ୍ରର ନାଁ ସାଇଟୋଫୋନ୍। ଆମେରିକାର ଅର୍କାନସାସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ଶରୀରରେ ଟ୍ୟୁମର ସେଲ୍ ବ୍ୟାପିବାରେ ଏହା ବାଧା ଦେଉଛି। ଏମିତି କି ସେଲ୍କୁ ନଷ୍ଟ କରିପାରୁଛି। ରକ୍ତରେ ଟ୍ୟୁମର ସେଲ୍କୁ ଠାବ କରାଯିବା ପାଇଁ ଏବେ ବ୍ୟବହାର କରାଯାଉଥିବା ପଦ୍ଧତିଠାରୁ ଏହା ହଜାରେ ଗୁଣ ସେନ୍ସିଟିଭ। ତ୍ୱଚାରେ ଟ୍ୟୁମର ସେଲ୍ର ପ୍ରଥମ ଅବସ୍ଥାରେ ଯେତେବେଳେ ତାହାକୁ ଜାଣିବା ସମ୍ଭବ ହୋଇପାରେନି , ସେହି ଅବସ୍ଥାରେ ତାକୁ ସାଇଟୋଫୋନ୍ ଜାଣିପାରି ନଷ୍ଟ କରିଦେଉଛି। ନଷ୍ଟ କରିବା ସମୟରେ ପାଖରେ ରହିଥିବା ରକ୍ତକୋଷିକାର କିଛି କ୍ଷତି କରୁନାହିଁ। ଏସମ୍ପର୍କିତ ତଥ୍ୟ ଜର୍ନାଲ ସାଇନ୍ସ ଟ୍ରାନ୍ସଲେଶ୍ନାଲ ମେଡିସିନରେ ପ୍ରକାଶ ପାଇଛି।