ଟ୍ୟୁସନ ଫି ଦାନ କଲେ ଛାତ୍ରୀଛାତ୍ର

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାର ବ୍ୟବସାୟୀ ଓ ଜଣେ ଠିକାଦାର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି। ବିବେକାନନ୍ଦ ସାହୁ ୧୦ହଜାର ୫୫ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରିଥିବା ବେଳେ କୃଷ୍ଣ ଚନ୍ଦ୍ର ସାହୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ୧୦ହଜାର ୫୫ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ସେହିପରି ସାରସ୍ବତ ପବ୍ଲିକ ସ୍କୁଲର ଏଲକେଜି କ୍ଲାସରେ ପଢୁଥିବା ଓମ୍‌ ଶୁଭସ୍ମିତା ସାହୁ ଓ ଷ୍ଟାଣ୍ଡାର୍ଡ-୨ରେ ପଢୁଥିବା ଓମ୍‌ ସୌରଭ ସାହୁ ନିଜର ଟ୍ୟୁସନ ଫି ବାବଦ ୩ ହଜାର ଲେଖାଏଁ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ ଓ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡଙ୍କୁ ବୁଧବାର ଅତିରିକ୍ତ ଜିଲାପାଳ ଧରମ ହାଂସଦାଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି ।