Categories: ବାଣିଜ୍ୟ

ଟୟୋଟା ଆଣିଲା ନୂଆ ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ଗ୍ଲାଞ୍ଜା

ନୂଆଦିଲ୍ଲୀ,୭-୬: ଟୟୋଟା କିର୍ଲୋସ୍କାର ମୋଟର୍ସ (ଟିକେଏମ୍‌) ପକ୍ଷରୁ ପ୍ରିମିୟମ ହ୍ୟାଚ୍‌ବ୍ୟାଚ୍‌ ସେଣ୍ଟମେଣ୍ଟରେ ପ୍ରବେଶ ପୂର୍ବକ ନୂଆ ‘ଟୟୋଟା ଗ୍ଲାଞ୍ଜା’ ମଡେଲ ବଜାର ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି ଏହି ଯାନକୁ ପ୍ରସ୍ତୁତ କରାଯାଇଛି। ଏହାର ଆକର୍ଷଣୀୟ ଡିଜାଇନ,ଆରାମ ଏବଂ ସୁରକ୍ଷା ଫିଚର ଗ୍ରାହକଙ୍କ ପସନ୍ଦ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଉଭୟ ବାହ୍ୟ ତଥା ଅଭ୍ୟନ୍ତରରୁ ଏହାକୁ ଷ୍ଟାଇଲିସ କରି ପ୍ରସ୍ତୁତ କରାଯାଇଛି। ଏଥିରେ ଥିବା କେ-ସିରିଜ ପେଟ୍ରୋଲ ଇଞ୍ଜିନ ଏକ ଅତୁଳନୀୟ ଡ୍ରାଇଭିଂ ଅଭିଜ୍ଞତା ପ୍ରଦାନ କରିବ। ମଡେଲଟି ବିଏସ୍‌-୬ ଇଞ୍ଜିନ ମାନକ ସହ ଆସିଛି। ସେହିଭଳି ଉନ୍ନତ ଓ୍ବାରେଣ୍ଟି ସୁବିଧା, ଟୟୋଟା ଓନରଶିପ ଅଭିଜ୍ଞତା, କ୍ୟୁସର୍ଭିସ ଆପ, ଟୟୋଟା କନେକ୍ଟ ସୁବିଧା ସହ ଗ୍ରାହକଙ୍କ ଲାଗି ଆକର୍ଷଣୀୟ ଫାଇନାନ୍ସ ସୁବିଧା କରାଯାଇଛି। ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ସେଗମେଣ୍ଟରେ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ଧ୍ୟାନରେ ରଖି ନୂଆ ମଡେଲଟିକୁ ବଜାର ପ୍ରବେଶ କରାଇଥିବା ଟୟୋଟାର ଡେପୁଟି ଏମ୍‌ଡି ଏନ୍‌.ରାଜା କହିଛନ୍ତି। ଗ୍ରାହକଙ୍କ ପ୍ରାଥମିକତା ପୂର୍ବକ ବିଭିନ୍ନ ଯୋଜନା ହାତକୁ ନେଉଥିବା ରାଜା କହିଛନ୍ତି।

Share