ହାଇଦ୍ରାବାଦ,୩୦।୮: କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରାଯାଇଛି। ୪ ବର୍ଷ ତଳର ଏକ ଠକେଇ ମାମଲାକୁ ନେଇ ରେଣୁକାଙ୍କ ନାଁରେ ଏହି ଓ୍ବାରେଣ୍ଟ ଜାରି କରାଯାଇଥିବା ସୂଚନା ମିଳିଛି। ଏହି ମାମଲାରେ ପୂର୍ବରୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ସେ ଏହାକୁ ଗ୍ରହଣ କରି ନ ଥିଲେ କି ଶୁଣାଣି ଦିନ କୋର୍ଟରେ ହାଜର ହୋଇ ନ ଥିଲେ। ସେଥିପାଇଁ ଏବେ ତାଙ୍କ ନାଁରେ ଏହି ମାମଲାକୁ ନେଇ ଓ୍ବାରେଣ୍ଟ ଜାରି କରାଯାଇଥିବା କୁହାଯାଉଛି।