ଠକେଇ ମାମଲାରେ ଯୁବକ ଗିରଫ

ଚନ୍ଦାହାଣ୍ଡି, ୧୪ା୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ବରିଷ୍ଠ ନାଗରିକଙ୍କ ଏଟିଏମ୍ କାର୍ଡ ନେଇ ଅାକାଉଣ୍ଟରୁ ଲକ୍ଷାଧତ୍କ ଟଙ୍କା ଲୁଟ୍ ମାମଲାରେ ଜୁନାଗଡ଼ ପୋଲିସ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ଗ୍ରାମର ଚୈତନ୍ୟ ନାଗ (୨୪)ଙ୍କୁ ଗିରଫ କରିଛି ା ଏହାପରେ ଜୁନାଗଡ଼ ପୋଲିସ ଚନ୍ଦାହାଣ୍ଡି ପୋଲିସ ସହାୟତାରେ ଯୁବକଙ୍କ ଘରେ ଖାନ ତଲାସୀ କରିଥିବା ଚନ୍ଦାହାଣ୍ଡି ଥାନାଧତ୍କାରୀ ପ୍ରମାନନ୍ଦ ସୁନାନୀ କହିଛନ୍ତି ା
ପ୍ରକାଶ ଯେ, ଅଭିଯୁକ୍ତ ଚୈତନ୍ୟ ଜୁନାଗଡ ବ୍ଲକ ଚିକିଲିରେ ଥିବା ତାଙ୍କ ଜଣେ ସମ୍ପର୍କୀୟଙ୍କ ଘରକୁ ଯିବାଅାସିବା କରିଥାନ୍ତି ା ସେ ସ୍ଥାନୀୟ ଏଟିଏମ୍ରେ କେତେଗୁଡିଏ ନକଲି ଏଟିଏମ୍ କାର୍ଡ ଧରି ସେ ରହିଥାନ୍ତି ା ଏହି ସମୟରେ ଏଟିଏମ୍ରୁ ଟଙ୍କା ଉଠାଇ ଜାଣି ନ ଥିବା ବୟସ୍କ ଲୋକଙ୍କୁ ଟଙ୍କା ଉଠାଇ ଦେବା କହି ସେମାନଙ୍କ ଠାରୁ କାର୍ଡ ନେଇ ଚତୁରତାର ସହ ନକଲି କାର୍ଡ ଧରାଇ ସେଠାରୁ ଚମ୍ପଟ ମାରିଥାନ୍ତି ା ପରେ ସେମାନଙ୍କ ଅାକାଉଣ୍ଟର ଟଙ୍କା କାଢିଥାନ୍ତି ା ବୟସ୍କ ଲୋକମାନେ ଏହା ଜାଣି ପାରି ଚୈତନ୍ୟଙ୍କୁ ସନ୍ଦେହ କରି ଜୁନାଗଡ ଥାନାରେ ଅଭିଯୋଗ କରିଥିଲେ ା ଅଭିଯୋଗକୁ ଭିତ୍ତିକରି ଜୁନାଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଉତ୍ତମ କୁମାର ସାହୁ, ଏ ସ୍ ଆଇ ସୁରେନ୍ଦ୍ର ସିଂ ଏଟିଏମ୍ର ସିସିଟିଭୁ ଫୁଟେଜ୍ ଯାଞ୍ଚ କରି ଚୈତନ୍ୟଙ୍କୁ ଗିରଫ କରିଥତ୍ଲେ ଏ ନେଇ ୩୦୭/୨୦ରେ ଏକ ମାମଲା ରୁଜୁ କରାଯାଇଛି ା