ଠାକୁରମୁଣ୍ଡା ବ୍ଲକର ୩୧୩୫ ପ୍ରବାସୀଙ୍କ ନାମ ପଞ୍ଜୀକରଣ

ଠାକୁରମୁଣ୍ଡା,୪।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ବିଭିନ୍ନ ରାଜ୍ୟକୁ ଯାଇ କାମ କରୁଥିବା ବ୍ୟକ୍ତି ତଥା ତାଙ୍କ ପରିବାର ସଦସ୍ୟ ନିଜର ନାମ ପଞ୍ଜୀକରଣ କରିଛନ୍ତି। ବାହାର ରାଜ୍ୟରେ ରହି କାମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ ତାରିଖ ସୁଦ୍ଧା ୩,୧୩୫ ସଦସ୍ୟ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ପଞ୍ଜୀକୃତ ସଦସ୍ୟମାନେ ନିଜ ଘରକୁ ଫେରିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯିବା ନିମନ୍ତେ ଆଗୁଆ ବ୍ୟବସ୍ଥା କରାଯାଇଛି। ବ୍ଲକର ମୋଟ ୧୮ଟି ପଞ୍ଚାୟତର ୩୮ଟି ସଙ୍ଗରୋଧ କେନ୍ଦ୍ରରେ ପ୍ରାରମ୍ଭିକ ଭାବେ ୨୦୨୫ଟି ବେଡ୍‌ର ବ୍ୟବସ୍ଥା କରାଯାଇଛି।