ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌ : ୧୫ ଆହତ

ସୋର, ୨୭।୫(ଡି.ଏନ.ଏ.)-ସୋର ଥାନା ୧୬ନଂ. ଜାତୀୟ ରାଜପଥ ଛଅପୋଲିଆଠାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
ସୋମବାର ଭୋର୍‌ ସମୟରେ ପ୍ରଧାନ ନାମକ ତୀର୍ଥଯାତ୍ରୀ ବସ୍‌(ନଂ.ଓଡ଼ି୦୫ଜି-୦୦୧୫) ଗୁଜରାଟ ସୁନ୍ଦରନଗର ତୀର୍ଥଯାତ୍ରୀମାନଙ୍କୁ ନେଇ ପୁରୀରୁ ପଶ୍ଚିମବଙ୍ଗର ଗଙ୍ଗାସାଗର ଅଭିମୁଖେ ଯାଉଥିଲା। ସୋର ଛଅପୋଲିଆଠାରେ ପୂର୍ବରୁ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଏହି ବସ୍‌ ପଛପଟୁ ଧକ୍କା ଦେଇଥିଲା। ବସ୍‌ରେ ପାଖାପାଖି ୬୦ ଯାତ୍ରୀ ଥିଲେ। ସୋର ପୋଲିସ ବସ୍‌ ଓ ଟ୍ରକ୍‌କୁ ଜବତ କରିଛି। ସମସ୍ତ ଯାତ୍ରୀଙ୍କୁ ଚିକିତ୍ସିତ କରାଯାଇ ଛାଡ଼ି ଦିଆଯାଇଛି।