Advertisement

ଠିଆ ହୋଇ ପାଣି ପିଉଛନ୍ତି କି

ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରରେ ପ୍ରାୟ ୬୦ରୁ ୭୦ ଭାଗ ଜଳ ରହିଥାଏ। ଏହା ମାଂସପେଶୀକୁ ସୁରକ୍ଷା ଦେବା ସହ ଶରୀରର ବିଭିନ୍ନ କୋଷକୁ ଅକ୍ସିଜେନ ଓ ନ୍ୟୁଟ୍ରିଶନ ଯୋଗାଇଥାଏ। କିନ୍ତୁ ଅନେକ ଲୋକ ଠିଆ ହୋଇ ପାଣି ପିଇବା ଆମେ ଦେଖିଥାନ୍ତି। ଆପଣ ଜାଣନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ। ଏହା ବିଭିନ୍ନ ରୋଗକୁ ଆମନ୍ତ୍ରଣ ଦେଇଥାଏ। ତେବେ ଠିଆ ହୋଇ ପାଣି ପିଇଲେ କେଉଁ ସବୁ ସମସ୍ୟା ଦେଖାଦେଇଥାଏ, ଆସନ୍ତୁ ଜାଣିବା।
* ଠିଆ ହୋଇ ପାଣି ପିଇଲେ ଆମ ଶରୀରର ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ। ତେଣୁ ପାଚନ ପ୍ରକ୍ରିୟା ସ୍ବଭାବିକ ଭାବେ ହୋଇପାରେ ନାହିଁ। ଫଳରେ ଅନେକ ପ୍ରକାରର ପେଟଜନିତ ସମସ୍ୟା ଦେଖାଦେଇଥାଏ।
* ଠିଆ ହୋଇ ପିଇଲେ ପାଣି ଦ୍ରୁତ ଗତିରେ କିଡନୀ ଅଭିମୁଖେ ଯାଇଥାଏ। ଯାହାଦ୍ୱାରା ସେହି ପାଣିକୁ କିଡନୀ ଠିକ ଭାବେ ଛାଣି ପାରେ ନାହିଁ ଓ ରକ୍ତ ଦୂଷିତ ହୋଇଥାଏ। ଫଳରେ କିଡନୀ ଜନିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share