ଠିକାଦାରଙ୍କୁ ଅପହରଣ: ସୁନା ଗହଣା ଦେଇ ମୁକୁଳାଇଲେ ସ୍ତ୍ରୀ

ଆସିକା,୨୭ା୪(ଡି.ଏନ୍‌.ଏ.)- ଆସିକା ଥାନାର ଆଲିପୁର ଗ୍ରାମଠାରେ ଗୁରୁବାର ରାତି ପ୍ରାୟ ୮ଟାରେ ଜଣେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ। ଅପହୃତ ଠିକାଦାର ଜଣକ କୋଟିବାଡି ଗ୍ରାମର ପ୍ରଶାନ୍ତ ଗୌଡ (୪୭) ଓ ତାଙ୍କ ସହଯୋଗୀ ଆଲିପୁର ଗ୍ରାମର କାଳିଆ ଜେନା (୧୮)। ଅପହରଣକାରୀମାନେ ପ୍ରଶାନ୍ତ ଓ କାଳିଆଙ୍କୁ ମାଡମାରିବା ସହ ପ୍ରଶାନ୍ତଙ୍କ ନିକଟରେ ଥିବା ୧୦ ହଜାର ଟଙ୍କା ନେଇଯାଇଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀଙ୍କୁ ଟେଲିଫୋନ କରି ଟଙ୍କା ଓ ସୁନା ନଦେଲେ ପ୍ରଶାନ୍ତଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଦୁର୍ବୃତ୍ତମାନେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଆଲିପୁର-ବାବନପୁର ଗ୍ରାମ୍ୟ ରାସ୍ତା କଡରେ ଥିବା ଏକ ବଡ ପୋଖରୀ ନିକଟ ଖାଲୁଆ ଚାଷ ଜମିରେ ନେଇ ଅଟକ ରଖିଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚତ୍ ୭ଭରି ଓଜନର ୨ଟି ରାଣୀହାର, ଗୋଟିଏ ନାନୁ ଓ ଗୋଟିଏ ମୁଦି ସହ ନଗଦ ୧୦ ହଜାର ଟଙ୍କା ଅପହରଣକାରୀଙ୍କୁ ଦେଇ ସ୍ବାମୀଙ୍କୁ ମୁକୁଳାଇଥିବା ଜଣାଯାଇଛି। ଅପରପକ୍ଷେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ଅପହରଣକାରୀଙ୍କ କବଳରୁ ମୁକ୍ତ ପ୍ରଶାନ୍ତ ଓ ତାଙ୍କ ସହଯୋଗୀଙ୍କୁ ରାତି ପ୍ରାୟ ସାଢେ ୧୨ଟାବେଳେ ଥାନାକୁ ଆଣିଥିବା ଜଣାଯାଇଛି। ପୋଲିସ ପକ୍ଷରୁ ପ୍ରଶାନ୍ତ ଓ କାଳିଆଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଘଟଣା ସମ୍ପର୍କରେ ପ୍ରଶାନ୍ତ ଆସିକା ପୋଲିସରେ ଅଭିଯୋଗ କରିଛନ୍ତି। ଅପହରଣକାରୀମାନେ ମୁଖା ପିନ୍ଧିଥିବା ଯୋଗୁ ସେ କାହାରିକୁ ଚିହ୍ନିପାରି ନ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ୩ଟି ବାଇକରେ ୮ଜଣ ଦୁର୍ବୃତ୍ତ ଆସିଥିବା ଓ ସାଥିରେ ଗୋଟିଏ କାର ମଧ୍ୟ ଆଣିଥିବା ସେ କହିଛନ୍ତି। ପ୍ରଶାନ୍ତ ଓ କାଳିଆ ଗୋଟିଏ ବାଇକରେ ଯାଉଥିବା ବେଳେ ଅନ୍ୟ ଜଣେ ସହଯୋଗୀ ନାରାୟଣ ପାତ୍ର ମଧ୍ୟ ସାଥିରେ ଥିଲେ। ଦୁର୍ବୃତ୍ତମାନେ ଆଲିପୁର ସ୍କୁଲ ନିକଟରେ ସେମାନଙ୍କୁ ଅଟକାଇ ଅପହରଣ କରିନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅପରପକ୍ଷେ ପୋଲିସ ପ୍ରାଥମିକ ତଦନ୍ତରୁ ବଟିକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଇଛି। ପ୍ରଶାନ୍ତ ୨ମାସ ହେଲା ବଟି ନଦେବାରୁ ଦୁର୍ବୃତ୍ତମାନେ ଏଭଳି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କ ଅଭିଯୋଗ କ୍ରମେ ନଂ.୧୩୫/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ...

ନବନିର୍ମିତ ପାର୍କ: ପୂର୍ବରୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ

ଦିଗପହଣ୍ଡି,୨୫।୪(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟ ଘୋଡାହାଡ ଡ୍ୟାମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉନ୍ନତିକରଣ ପ୍ରକଳ୍ପ ଓ ଜଳସମ୍ପଦ ବିଭାଗ ପକ୍ଷରୁ...

ଶୌଚ ପାଇଁ ଯାଇଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ବଡବନ୍ଧ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି...

ମୃତ୍ୟୁକୁ ୩ ଦିନ ବିତିଲାଣି,ଅପରିଚିତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ଭଞ୍ଜନଗର ପୋଲିସ

ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ତାତି ବଢ଼ିଯାଇଛି। ପୂର୍ବାହ୍ନ ୧୦ ଟା ହେଲେ ଲୋକେ ଆଉ ଘରୁ ବାହାରିବାକୁ ଭୟ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ୫ ମାସ ୨୦ ଦିନରେ ଚୂଡ଼ାନ୍ତ...

ଅପମିଶ୍ରିତ ଦେଶୀମଦ ଜବତ ଘଟଣା: ଫେରାର ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରୁ ଫେରାର ଥିବା ଚୋରାମଦ ମାଫିଆ ତ୍ରିଲୋଚନ ସାହୁଙ୍କୁ ଶୁକ୍ରବାର ସକାଳେ କେ.ନୂଆଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image