ଠିକାଦାରଙ୍କ ଘରୁ ୧୫ଭରି ଗହଣା, ୩ଲକ୍ଷ ଟଙ୍କା ଚୋରି

ବ୍ରହ୍ମପୁର ଅଫିସ,୨୧।୬(ଡି.ଏନ୍‌.ଏ.)- ବୈଦ୍ୟନାଥପୁର ଥାନା ଅନନ୍ତନଗରରେ ଶୁକ୍ରବାର ରାତିରେ ଜଣେ ଠିକାଦାରଙ୍କ ଘରୁ ଚୋରି ହୋଇଛି। ଠିକାଦାର କେ. ଦୀପସାଗର ସନ୍ଧ୍ୟାରେ ସ୍ତ୍ରୀଙ୍କ ସହ ଶାଳକଙ୍କ ଘରକୁ ଯାଇଥିଲେ। ସେଠାରେ ରାତ୍ରଭୋଜନ ସାରି ପ୍ରାୟ ୧୦ଟାରେ ଘରକୁ ଫେରିଥିଲେ। ଗ୍ରୀଲ୍‌ ଖୋଲି ଘରେ ପଶିବା ପରେ ଆଲ୍‌ମିରା ଖୋଲାଥିବା ଦେଖିବାକୁ ପାଇଥିଲେ। ସେଥିରେ ଥିବା ଜିନିଷପତ୍ର ଫିଙ୍ଗାଫୋପଡା ହୋଇଥିବାବେଳେ ଆଲମିରାରେ ଥିବା ୩ଲକ୍ଷ ଟଙ୍କା ଓ ୧୫ଭରି ସୁନାଗହଣା ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ଠିକାଦାରଙ୍କ ଶାଳକ ପୋଲିସରେ କାମ କରୁଥିବାବେଳେ ତାଙ୍କୁ ଖବର ଦେବା ସହ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଥିବା ବିଏନ୍‌ପୁର ଥାନା ଅଧିକାରୀ ସାରଦା ପ୍ରସାଦ ଦାସ କହିଛନ୍ତି।

Share