ଠିକାଦାର ଛୁ: ଫସିରହିଛନ୍ତି ବାହାର ରାଜ୍ୟର ଶ୍ରମିକ

ବ୍ରହ୍ମଗିରି, ୨୫ା୪(ଡି.ଏନ.ଏ): ଚିଲିକା ପାଇଁ ବିପଦ ସାଜୁଛି ମାଲେସିଆର ଏକ ପଣ୍ୟବାହୀ ଜାହାଜର କଣ୍ଟେନର। ଏହା ଦୀର୍ଘଦିନ ଧରି ସମୁଦ୍ର ବେଳାଭୂମିରେ ପଡ଼ିରହିିଥିବାରୁ ସମୁଦ୍ରର ଗତିପଥ ବଦଳାଇ ବାଲିବନ୍ଧ ଖାଇବାରେ ଲାଗିଛି । ଏହି କଣ୍ଟେନରକୁ କାଟିବା ପାଇଁ ଲାଗିଥିବା ଠିକା ସଂସ୍ଥାର ଜଣେ ଠିକାଦାର ଶ୍ରମିକମାନଙ୍କୁ ଏଠାରେ ଛାଡ଼ିି ଚମ୍ପଟ ମାରିଛନ୍ତି। ଫଳରେ ବାହାର ରାଜ୍ୟରୁ ଆସିଥିବା ସମ୍ପୃକ୍ତ ଶ୍ରମିକମାନେ ଭୋକଉପାସରେ ସମୁଦ୍ର କୂଳରେ ଫସିରହିଛନ୍ତି। ଫଳରେ ଏହି କଣ୍ଟେନର କଟା କାମ ଅଧାରେ ଅଟକିଛି। ସୂଚନା ଅନୁଯାୟୀ, ୨୦୧୯ ଅଗଷ୍ଟ ୮ ତାରିଖରେ ଯାନ୍ତ୍ରିକ ତ୍ରୁଟି ପାଇଁ ମାଲେସିଆର ଏକ ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା୍ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ରାଜହଂସଠାରେ ଲାଗିଥିଲା। ଏହା ଜିଲା ପ୍ରଶାସନର ଚିନ୍ତାର କାରଣ ପାଲଟିଥିଲା। ଜିଲା ପ୍ରଶାସନର ହସ୍ତକ୍ଷେପ ଫଳରେ ୩ ମାସ ପରେ ଜାହାଜଟି ତା’ର ଗନ୍ତବ୍ୟ ସ୍ଥଳକୁ ଫେରିଥିଲା। କିନ୍ତୁ କଣ୍ଟେନରଟି ଏପର୍ଯ୍ୟନ୍ତ ସମୁଦ୍ରରେ ପଡ଼ିିରହିଛି । ଏହି ବିରାଟକାୟ କକଣ୍ଟେନରଟି ସମୁଦ୍ର ଜଳର ଗତିପଥକୁ ବଦଳାଉଛି। ଏହି ସମୁଦ୍ର ପାଣି ଅନ୍ୟ ଗତିପଥ ଦେଇ ଚିଲିକା ଓ ସମୁଦ୍ର ମଧ୍ୟରେ ଥିବା ବାଲିବନ୍ଧକୁ ଖାଇବାରେ ଲାଗିଛି। ଏଥିଯୋଗୁ ଚିଲିକା ପାଇଁ ବିପଦ ସୃଷ୍ଟି ହୋଇଛି। ଏପଟେ କଣ୍ଟେନରଟି ଭାଙ୍ଗିବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ଏ ନେଇ ଉକ୍ତ ଠିକା ସଂସ୍ଥା ମହାରାଷ୍ଟ୍ରରୁ ୧୪ଜଣ ଶ୍ରମିକଙ୍କୁ ନିୟୋଜିତ କରିଛି। ତେବେ ଏମାନଙ୍କୁ ଘଟଣାସ୍ଥଳରେ ଛାଡ଼ିି ଠିକାଦାର ଚାଲିଯାଇଛନ୍ତି। ତେଣୁ ଶ୍ରମିକମାନେ କାମ ବନ୍ଦ କରି ବସିରହିଛନ୍ତି । ଠିକାଦାରଙ୍କ ସହ କୌଣସି ଯୋଗାଯୋଗ କରିପାରୁନାହାନ୍ତି ଶ୍ରମିକ। ଏମାନଙ୍କୁ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କେବେ ସମ୍ପୃକ୍ତ ଠିକାଦାର ଆସିବେ ଓ କାମ ଶେଷ କରିବେ ଏବଂ ଚିଲିକାରୁ କଣ୍ଟେନର ହଟିବ ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Share