Categories: ଜାତୀୟ

ଠିକା ଶ୍ରମିକଙ୍କ ପାଇଁ କେଜରିଓ୍ବାଲଙ୍କ ଉପହାର

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଉପହାର ଦେଇଚାଲିଛନ୍ତି। ଏବେ ଠିକା ଶ୍ରମିକଙ୍କ ପାରିଶ୍ରମିକ ବୃ୍‌ଦ୍ଧି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏମାନଙ୍କର ନ୍ୟୁନତମ ପାରିଶ୍ରମିକରେ ବୃଦ୍ଧି କରିବା ଫଳରେ ପାଖାପାଖି ୫୫ଲକ୍ଷ ଠିକା ଶ୍ରମିକ ଏଥିରେ ଲାଭାନ୍ବିତ ହେବେ ବୋଲି ସେ କହିଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ କେଜରିଓ୍ବାଲ କହିଛନ୍ତି ଗତ ୫ ବର୍ଷ ଭିତରେ ଆମେ ଗରିବଙ୍କୁ ଅଧିକ ପ୍ରାଧାନ୍ୟ ଦେଇଛୁ। ସେଥିମଧ୍ୟରୁ ଏହା ଅନ୍ୟତମ ବୋଲି ସେ ପ୍ରକାଶ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହାକୁ ବରଖାସ୍ତ କରିଦେବା ପରେ ଏବେ ସୁପ୍ରିମକୋର୍ଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିବା ସେ ସୂଚନା ଦେଇଛନ୍ତି। ଆଉ ଏଥିପାଇଁ ତାଙ୍କ ସରକାର ଖୁବ୍‌ ପରିଶ୍ରମ ମଧ୍ୟ କରିଛି। ଏବେ ବର୍ଦ୍ଧିତ ପାରିଶ୍ରମିକ ପରେ ୯,୫୪୨ଟଙ୍କା ପାଉଥିବା ଠିକା ଶ୍ରମିକମାନେ ୧୬,୩୪୧ ଟଙ୍କା ପାଇବେ। ସେହିପରି ୧୦,୪୭୮ଟଙ୍କା ପରିବର୍ତ୍ତେ ୧୭,୯୯୧ ଓ ୧୧,୪୧୪ ଟଙ୍କା ପାଉଥିବା ଠିକା ଶ୍ରମିକମାନେ ୧୯,୫୭୨ଟଙ୍କା ପାଇବେ।

Share