Categories: ଜାତୀୟ

ଠିକ୍‌ ଭାବେ ମାସ୍କ ନ ପିନ୍ଧିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଡେରାଡୁନ,୧୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏବେବି କେତେକ ଲୋକ ଠିକ୍‌ ଭାବେ ମାସ୍କ ପିନ୍ଧୁ ନ ଥିବା ଦେଖାଯାଇଛି। ତେବେ ଠିକ୍‌ ଭାବେ ମାସ୍କ ନ ପିନ୍ଧିବା ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କହିଛନ୍ତି ଉତ୍ତରାଖଣ୍ଡର ମହାନିର୍ଦ୍ଦେଶକ(ଲ ଆଣ୍ଡ ଅର୍ଡର) ଅଶୋକ କୁମାର। ତେଣୁ ରାଜ୍ୟରେ ଯେଉଁମାନେ ଠିକ୍‌ ଭାବେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟର ସମସ୍ତ ପୋଲିସ ୟୁନିଟକୁ ନିର୍ଦ୍ଦେଶ ଦେଇଛନ୍ତି।

Share