ଠିକ୍‌ ସମୟରେ ନିଆଯାଇଛି ଲକ୍‌ ଡାଉନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୪: ନୀତି ଆୟୋଗର ସଦସ୍ୟ ତଥା କୋଭିଡ-୧୯କୁ ନେଇ ଗଠିତ ଉଚ୍ଚସ୍ତରୀୟ ସମିତିର ଅଧ୍ୟକ୍ଷ ଡାକ୍ତର ଭିକେ ପଲ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବାକୁ ଲକ୍‌ଡାଉନ୍‌ ନିଷ୍ପତ୍ତି ଠିକ୍‌ ସମୟରେ ନିଆଯାଇଛି। ଯଦି ଏଥିରେ ବିଳମ୍ବ କରାଯାଇଥାଆନ୍ତା ତେବେ ବର୍ତ୍ତମାନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୭୩ ହଜାର ହୋଇଥାଆନ୍ତା, ଯାହା ଆଜି ୨୪ ହଜାର ମଧ୍ୟରେ ରହିଛି। ତେଣୁ ଲକ୍‌ଡାଉନ୍‌ ଦେଶରେ ଦ୍ୱିଗୁଣା ସଂଖ୍ୟାକୁ କମାଇ ଦେଇଛି ବୋଲି ସେ କହିଛନ୍ତି।

Share