Categories: ଜାତୀୟ

ଠିକ୍‌ ସମୟରେ ପହଞ୍ଚି ନ ପାରିବାରୁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବାରଥିଲା। ଘରୁ ବାହାରି ବାଲ୍ମୀକି ମନ୍ଦିର ଦର୍ଶନ କରି ସେ ଏକ ରୋଡ ଶୋ’ରେ ବାହାରିଥିଲେ। ଏହାପରେ ସେ ନାମାଙ୍କନ ଦାଖଲ କରିଥାଆନ୍ତେ। ହେଲେ ବାଟରେ ବିଳମ୍ବ ହେବାରୁ ସେ ସୋମବାର ନାମାଙ୍କନ ପତ୍ର ଦାଖଲ କରି ନ ପାରି ମଙ୍ଗଳବାର କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ନାମାଙ୍କନ ପତ୍ର ଦାଖଲ କରିବାର ସମୟ ପୂର୍ବାହ୍ନ ୧୧ଟାରୁ ୩ଟା ଧାର୍ଯ୍ୟ କରାଯାଇଥିବା ବେଳେ ୩ଟା ପୂର୍ବରୁ କେଜରିଓ୍ବାଲ ପହଞ୍ଚିପାରି ନ ଥିବାରୁ ଅଫିସ ବନ୍ଦ ହୋଇଯିବା ଦର୍ଶାଇ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି। ଏହାସହ ରୋଡ ଶୋ’ ସମୟରେ ସେ ଲୋକମାନଙ୍କୁ କେମିତି ଅଣଦେଖା କରି ଚାଲିଯିବେ ବୋଲି କହିଥିଲେ।

Share