Advertisement

ଠେକୁଆ ବେଶରେ କ୍ୟୁଟ୍‌ ତୈମୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ରବିବାର ନିଜ ଫ୍ୟାନ୍‌ମାନଙ୍କ ପାଇଁ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଠେକୁଆ ବେଶରେ ନଜର୍‌ ଆସିଛନ୍ତି। ଏହି ବେଶରେ ତୈମୁର ବହୁତ କ୍ୟୁଟ ଦେଖାଯାଉଛନ୍ତି ବୋଲି କରୀନା କହିଛନ୍ତି। ସେ ଏହି ଫଟୋ ଇଷ୍ଟର ବନିଜ୍‌ ପାଇଁ ଶେୟାର କରିଛନ୍ତି। ଏହି ଫଟୋ ଶେୟାର ହେବା ପରେ ଫ୍ୟାନ୍‌ମାନଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି। ଏହି ଫଟୋରେ ତୈମୁର କୁର୍ତ୍ତା, ପାଇଜାମା ପିନ୍ଧିବା ସହ ମୁହଁରେ ପେଣ୍ଟ କରାଯାଇଛି। ସେ ଏକ ଛୋଟ କ୍ୟୁଟ୍‌ ଠେକୁଆ ପରି ଦେଖାଯାଉଛନ୍ତି। ଏହି ଫଟୋରେ କ୍ୟାପ୍‌ସନ୍‌ ଦେଇ କରୀନା ଲେଖିଛନ୍ତି ଯେ, ମୋ ପୁଅ ହେଉଛି, ମୋ ସାରା ଜୀବନର ‘ଇଷ୍ଟର ବନିଜ୍‌’। ସମସ୍ତ ଫ୍ୟାନ୍‌ମାନଙ୍କୁ ଇଷ୍ଟରର ଶୁଭକାମନା ଜଣାଇଛନ୍ତି। କରୀନା ମାସେ ହେଲା ଇନ୍‌ଷ୍ଟାଗ୍ରାମରେ ସାମିଲ ହୋଇଛନ୍ତି। ସେ ଏବେ ପ୍ରାୟ ଇନ୍‌ଷ୍ଟାରେ ଆକ୍ଟିଭ ରହୁଛନ୍ତି। ବହୁ ଫଟୋ ମଧ୍ୟ ଶେୟାର କରୁଛନ୍ତି। ପ୍ରକାଶଥାଉ କି, ଆଗକୁ କରୀନାଙ୍କ ମୁଭି ‘ଲାଲ୍‌ ସିଂହ ଚଢ଼ା’ ଆସିବାକୁ ଅଛି। ସେ ଏଥିରେ ଆମୀର ଖାନ୍‌ଙ୍କ ସହ ନଜର୍‌ ଆସିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share