ଠେଲାପେଲା ବେଳେ ବୃଦ୍ଧଙ୍କ ଜୀବନ ଗଲା: ୨ ଗିରଫ

ବୈଶିଙ୍ଗା,୧୫ା୬- ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟସ୍ଥ ହାତୀଝୁରି ପଞ୍ଚାୟତ କମାରସାହିରେ ଶୁକ୍ରବାର ଅପରାହ୍ନରେ ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ଜୀବନ ଯାଇଛି। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଲାଗିବାରୁ ସେଠାରେ ଥିବା ଗୋବିନ୍ଦ ବିନ୍ଧାଣୀ(୬୦) ମାଟି ଉପରେ କଚାଡ଼ି ହୋଇପଡ଼ିଥିଲେ। ତାଙ୍କର ଚେତା ନ ଫେରିବାରୁ ସ୍ଥାନୀୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି।