Categories: ବାଣିଜ୍ୟ

ଡକାର ର଼୍ୟାଲି ପାଇଁ ହିରୋର ପ୍ରସ୍ତୁତି

ନୂଆଦିଲ୍ଲୀ,୨୯-୧୧: ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଡକାର ର଼୍ୟାଲି ପାଇଁ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ମୋଟୋସ୍ପୋର୍ଟସ ଟିମ୍‌ ଡକାର ର଼୍ୟାଲି-୨୦୨୦ରେ ୪ ଚାଇଡର ଭାଗ ନେବା ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରଥମ ଥର ଲାଗି ୪ ରାଇଡର ବିଶିଷ୍ଟ ଟିମ୍‌ ଏହି ପ୍ରତିଯୋଗିତାରେ ଭାଗ ନେବେ। ପାନ ଆଫ୍ରିକା ର଼୍ୟାଲି ବିଜେତା ଓ୍ବାକିମ ରୋଡ୍ରିଗେସ, ଭାରତୀୟ ଶୀର୍ଷ ରାଇଡର ସି.ଏସ୍‌. ସନ୍ତୋଷ, ୨୦୧୭ର ଡକାର ନୂତନ ପ୍ରତିଭା ଓରିଅଲ ମୀନା ଏବଂ ପୂର୍ବ ରାଲି ଚାମ୍ପିୟନ ପାଉଲୋ ଗନକେଲଭିସ ଏହି ଟିମରେ ସାମିଲ ହୋଇଛନ୍ତି। ହିରୋମୋଟୋସ୍ପୋର୍ଟ ଟିମ୍‌ ର଼୍ୟାଲି ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ଶୀର୍ଷ ଟିମ୍‌ ଭାବେ ଉଭା ହୋଇଛି। ବର୍ତ୍ତମାନର ଏହି ସିଜନ ଟିମ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଡକାର ର଼୍ୟାଲିର ୪୨ତମ ସଂସ୍କରଣ ସାଉଦି ଆରମ୍ଭରେ ଆୟୋଜିତ ହେବ ବୋଲି କମ୍ପାନୀ ସୂତ୍ରରୁ ଜଣାପଡିଛି।

Share