Categories: ଜାତୀୟ

ଡକାୟତଙ୍କୁ ସାମ୍ନା କରିଥିବା ବୃଦ୍ଧ ଦମ୍ପତିଙ୍କୁ ମିଳିଲା ସାହସିକତା ପୁରସ୍କାର

ଚେନ୍ନାଇ,୧୬।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପଲାନିସ୍ବାମୀ ଗୁରୁବାର ସ୍ବାଧୀନତା ଦିବସରେ ଚେନ୍ନାଇର ବୃଦ୍ଧ ଦମ୍ପତି ଏସ୍‌ ଶାନମୁଗଭେଲ ଓ ସେନ୍ଥାମାରାଇଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଏମାନେ ଘରେ ଥିବା ଅଗଣାରେ ବସିଥିବା ବେଳେ ଡକାୟତି ଯୋଜନା କରି ତାଙ୍କୁ ମାରିଦେବାକୁ ଉଦ୍ୟମ କରୁଥିବା ୨ ଡକାୟତଙ୍କୁ ସାହସିକତାର ସାମ୍ନା କରିଥିଲେ। ତାମିଲନାଡୁର ତିନେଲଭେଲି ଜିଲାର ଏହି ଦମ୍ପତି ଯେତେବେଳେ ୨ଜଣ ଡକାୟତଙ୍କ ସହ ଲଢିଥିଲେ ସେତେବେଳେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମସ୍ତ ଘଟଣା ରେକର୍ଡ ହୋଇଥିଲା। ୧୧ ଅଗଷ୍ଟରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସିଟିଭିରୁ ଦେଖିବା ପରେ ଘଟଣାଟି ଦ୍ରୁତ ବେଗରେ ବ୍ୟାପି ଯାଇଥିଲା। ଏହା ଜଣାପଡିବା ପରେ ଦମ୍ପତିଙ୍କର ଏହି ସାହସକୁ ସମସ୍ତେ ପ୍ରଶଂସା କରିଥିଲେ। ଆଉ ମୁଖ୍ୟମନ୍ତ୍ରୀ ଏହି ବରିଷ୍ଠ ନାଗରିକଙ୍କୁ ସ୍ବାଧୀନତା ଦିବସରେ ପୁରସ୍କୃତ କରିଛନ୍ତି।

Share