ଡକାୟତି ଉଦ୍ୟମ ଯୋଜନା ପଣ୍ଡ : ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ସୁନ୍ଦରଗଡ଼,୧୩।୧୧(ଡି.ଏନ୍‌.ଏ.): ବିଶ୍ରା ପେଟ୍ରୋଲ ପମ୍ପ୍‌ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ୩ ଜଣଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ଫଳରେ ସେମାନଙ୍କ ଉଦ୍ୟମ ପଣ୍ଡ ହୋଇଯାଇଛି। ସେମାନଙ୍କ ନିକଟରୁ ପୋଲିସ ୨ଟି ପିସ୍ତଲ ଓ ଗୁଳି ଜବତ କରିଛି। ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ହେଲେ ପବନ ଟାଣି ବେଡିଙ୍ଗ, ସମୁଏଲ ସୋଏ ମୁର୍ମୁ ଓ ରାଜେଶ ବିରୁଆ। ଏମାନେ ଅନ୍ୟ ତିନି ଜଣ ସାଥୀଙ୍କ ସହ ମିଶି ଡକାୟତି କରିବାକୁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ତେବେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଥିଲେ। ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ କହିଛନ୍ତି।