ଡକାୟତି ଉଦ୍ୟମ, ୪ ଗିରଫ

ବଳଙ୍ଗା,୧୩ା୯(ଡି.ଏନ.ଏ)- ବଳଙ୍ଗା ଥାନା ଅନ୍ତର୍ଗତ ଭାଣପୁର ପଞ୍ଚାୟତ ଅଧୀନସ୍ଥ ଶାଳଜଙ୍ଗ ପ୍ରଧାନସାହି ମଶାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିବାବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ତେବେ ଗୁରୁବାର ୪ ଯୁବକଙ୍କୁ କୋର୍ଟଚାଲାଣ କରାଯାଇଛି। ପୋଲିସ ସେମାନଙ୍କ ନିକଟରୁ ଖଣ୍ଡା ଓ ବମ୍‌ ଆଦି ମାରଣାସ୍ତ୍ର ଜବତ କରିଛି। ଗିରଫ ଯୁବକମାନେ ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହିର ଜୁଝେଇ ବେହେରା, ପୁରୀ ସଦର ଥାନା ଅନ୍ତର୍ଗତ ବାଟଗଁାର ଗଙ୍ଗାଧର ମହାପାତ୍ର ଓ ମେରାଇନ୍‌ ଥାନା ଅନ୍ତର୍ଗତ ସମଗରାର କୁଞ୍ଜ ପ୍ରଧାନ ଏବଂ ଗୌରାଙ୍ଗ ପ୍ରଧାନ। ଯୁବକମାନେ କୌଣସି ବଡ ଡକାୟତି ନେଇ ମଶାଣି ନିକଟରେ ଯୋଜନା କରୁଥିଲେ। ଏହି ସମୟରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଗ୍ୟାଙ୍ଗ ହୋଇ ବସିଥିବାବେଳେ ସନ୍ଦେହ କରି ଧରିବା ପରେ ପଚରାଉଚୁରା ବେଳେ ସମସ୍ତେ ସତକଥା ମାନିଥିଲେ। ଜାମିନ୍‌ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ନିମାପଡ଼ା ଉପ କାରାଗାରକୁ ପଠାଇ ଦିଆଯାଇଛି।

Share