ଡକାୟତି କରିବାକୁ ଆସି ୩ ଜେଲ ଗଲେ

ବାଲିଗୁଡା,୩୦ା୧୦(ଡି.ଏନ୍‌.ଏ.): ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲମି ଗ୍ରାମରେ ଡକାୟତି କରିବାକୁ ଆସିଥିବା ୩ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ସୋମବାର ରାତିରେ କାବୁ କରିଥିଲେ। ଏ ନେଇ ଥାନାକୁ ଜଣାଯିବା ପରେ ପୋଲିସ ମଙ୍ଗଳବାର ସକାଳେ ଗ୍ରାମରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ ମୋହନଗିରିର ଦାଶା ଭୋଇ ତିରିଆ, ଏମ୍‌. ରାମପୁରର ହେମନ୍ତ ସାହୁ ଓ ଗଟାଙ୍ଗିର ଗିରି ଛତ୍ରିଆ। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି ଜବତ କରାଯାଇଛି। ଏ ନେଇ ନଂ.୧୪୬/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଆଇ ଦୀପକ ରାଉତ କହିଛନ୍ତି। ପ୍ରକାଶ ଯେ, ୩ ଦୁର୍ବୃତ୍ତ ଗ୍ରାମର କେତେଜଣଙ୍କ ଘରେ ପଶି ଭୁଜାଲି ଓ ବନ୍ଧୁକ ଦେଖାଇ ଟଙ୍କା ସୁନା ମାଗିଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ଏକାଠିି ହୋଇ ସେମାନଙ୍କୁ କାବୁ କରି ବାନ୍ଧି ରଖିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ।

Share