ଡକାୟତି ଯୋଜନା ବିଫଳ : ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ନିକଟସ୍ଥ ଭଟ୍ଟରମିଲ୍‌ ପରିସରରେ ଶୁକ୍ରବାର ମଧ୍ୟରାତ୍ରିରେ ୮ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନଙ୍କ ସହ ଥିବା ଅନ୍ୟ ୫ଜଣ ପୋଲିସକୁ ଚକ୍‌ମା ଦେଖାଇ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଗିରଫ ୩ଜଣ ହେଲେ ସହଦେବଖୁଣ୍ଟା ଥାନା ଅରଡ଼ବଜାର ଅଞ୍ଚଳର ଏସ୍‌କେ ମାବୁଦ (୨୪), ତେଲେଙ୍ଗାସାହି ଅଞ୍ଚଳର ଶିବ ଦାସ (୧୯) ଓ ମନୋଜ ଲେଙ୍କା (୩୨)। ପୂର୍ବରୁ ମାବୁଦ ନାମରେ ହତ୍ୟା, ଡକାୟତି, ଚୋରି, ଧମକ ଭଳି ୧୧ଟି ପୃଥକ ମାମଲା ଥିବା ବେଳେ ଶିବ ନାମରେ ଗୋଟିଏ ଓ ମନୋଜ ନାମରେ ୫ଟି ମାମଲା ରହିଛି। ଏନେଇ ଥାନାରେ ମାମଲା (ନଂ. ୨୧୬/୧୯) ଓ ୩୯୯, ୪୦୨ ଆଇପିସି ଧାରା ଅନୁଯାୟୀ ଗିରଫ ୩ ଅପରାଧୀଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।