ଡକାୟତି ଯୋଜନା : ୨ ଗିରଫ

ପୁରୁଣା ଭୁବନେଶ୍ୱର,୫ା୮(ଡି.ଏନ୍‌.ଏ.): ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଶ୍ରୀଲିଙ୍ଗରାଜ ଥାନା ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ହରଚଣ୍ଡୀ ସାହିର ଚନ୍ଦନ କୁମାର ମହାପାତ୍ର ଓରଫ ବାପୁନି, ଏୟାରପୋର୍ଟ ଥାନା ଗଙ୍ଗନଗର ଛକ ଅଞ୍ଚଳର ବଳରାମ ସାହୁ ଓରଫ ବଳିଆ। ଏମାନଙ୍କଠାରୁ ଗୋଟିଏ ଛୁରି, ୨ଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ ହୋଇଥିବା ଆଇଆଇସି ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୧୨୦/୧୯)ରୁଜୁ ହୋଇଛି। ଚନ୍ଦନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ପୋଲିସ କହିଛି। ପୋଲିସ ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ଥାନା ଅଧୀନ ବଶିଷ୍ଠନଗର କେନାଲ ରୋଡରେ ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତଦ୍ୱୟ ଡକାୟତି ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବରପାଇ ପୋଲିସ ସଦଳବଳ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା।

Share