Advertisement

ଡକାୟତ ଯୋଜନା ବେଳେ ପୋଲିସ ଚଢ଼ାଉ : ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ, ଖଣ୍ଡା,ପିସ୍ତଲ,ଗୁଳି ଓ ମୁଖା ଜବତ

ଦେବଗଡ,୧୫।୧୨(ଡି.ଏନ.ଏ.)-ଗୁରୁବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବାବେଳେ ବାରକୋଟ ଥାନା ପୋଲିସ ୩ଜଣ ପିଏଲଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରଛି ା ସେମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଟୋରପା ଜିଲା ଖୁଣ୍ଟି ଥାନାଞ୍ଚଳର ମଣ୍ଟୁ ଓରଫ୍‌ ଯୋଗେଶ୍ୱର ସିଂ(୩୦)ଓ ସିମଡେଗା ଜିଲା ଜଲଦେଗା ଥାନାଞ୍ଚଳର ମୁନା ଓରଫ୍‌ ମନୋଜ କାଣ୍ଡୁଲାନା (୨୩) ଏବଂ ସୁନ୍ଦରଗଡ ଜିଲା ବଣାଇଁଗଡ ଥାନାଞ୍ଚଳର ପଣ୍ଡୁଆ ଗ୍ରାମର ଦିଲ୍ଲୀପ କେଶରୀ (୩୨) ା ସେମାନଙ୍କ ପାଖରୁ ୨ଟି ଦେଶୀ ପିସ୍ତଲ,ଗୋଟିଏ ଚାଇନା ନିର୍ମିତ ସେମି ଅଟୋମେଟିକ ପିସ୍ତଲ, ୭ଗୋଟି ଜୀବନ୍ତ ଗୁଳି ଓ ଗୋଟିଏ ଖଣ୍ଡା ଓ ୩ଟି ମୁଖା ଜବତ କରିଛି ା ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରିବାପାଇଁ ଉଦ୍ୟମ ଜାରି ରହିଛି ବୋଲି ଜିଲା ପୋଲିସ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦେବଗଡ ଏସ୍‌.ପି.ରାହୁଳ ଜୈନ ସୂଚନା ଦେଇଛନ୍ତି ା
ଗତ ୧୨ ତାରିଖ ରାତ୍ରି ପ୍ରାୟ ୧୧ଟା ସମୟରେ ଉପରୋକ୍ତ ଯୁବକମାନେ କୌଣସି ସ୍ଥାନରେ ଡକାୟତି ପାଇଁ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ଯୋଜନା କରୁଥିଲେ ା ପୋଲିସ କୌଣସି ସୂତ୍ରରୁ ସୂଚନା ପାଇବା ପରେ ବାରକୋଟ ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା ଓ ସବ୍‌ଇନ୍ସପେକ୍ଟର ଦେବଶିଷ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ୩ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଥିଲା ା ଅନ୍ୟ ୨ ଡକାୟତ ଫେରାର ହୋଇଯାଇଥିଲେ ା ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟମାନଙ୍କ ମଧ୍ୟରୁ ମନୋଜ କାଣ୍ଡୁଲାନାଙ୍କ ନାମରେ ପୂର୍ବରୁ ହତ୍ୟା , ଡକାୟତି ଓ ବ୍ୟାଙ୍କଲୁଟ ମାମଲା ରହିଥିବା ବେଳେ ଯୋଗେଶ୍ୱର ଓ ,ଦିଲ୍ଲୀପଙ୍କ ସମେତ ଫେରାର ଦୁଇଜଣଙ୍କ ନାମରେ ଝାଡ଼ଖଣ୍ଡ ରାଜ୍ୟ ସମେତ ଓଡିଶାର ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌.ପି. ଜୈନ କହିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଖବରଦାତା ସମ୍ମିଳନୀରେ ଦେବଗଡ ଏସଡିପିଓ ସୁଲେମାନ ଏକ୍କା, ବାରକୋଟ ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା ଓ ସବ ଇନ୍ସପେକ୍ଟର ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share