Advertisement

ଡଙ୍ଗାଘାଟ ପରିଦର୍ଶନ କଲେ ବିଡିଓ

ପଦ୍ମପୁର, ୧।୮ (ଡି.ଏନ.ଏ): ପଦ୍ମପୁର ଉପଖଣ୍ଡ ଲଖମରା ଓ ଚର୍ଦାପାଲି ଗ୍ରାମପଞ୍ଚାୟତ ମଝିରେ ଅଙ୍ଗନଦୀ ପ୍ରବାହିତ ହେଉଛି । ବର୍ଷା ଦିନରେ ଏହି ନଦୀରେ ବନ୍ୟାଜଳ ଆସିଲେ ଚର୍ଦାପାଲି ଗ୍ରାମପଞ୍ଚାୟତର ଗୁଣ୍ଡିଚାଡିହି, ଚର୍ଦାପାଲି, ଚଙ୍ଗରିଆ, ଲୁହୁରାକୋଟ, ଲହଣ୍ଡିପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ । ଏହି ସମୟରେ ଉକ୍ତ ଅଞ୍ଚଳବାସୀ ବିପଦପୂର୍ଣ୍ଣ ଡଙ୍ଗା ସହଯୋଗରେ ଯାତାୟାତ କରିଥାନ୍ତି । ଗୁରୁବାର ପ୍ରଶାସନିକ ଅଧିକାରୀମାନେ ଲଖମରା ଡଙ୍ଗାଘାଟକୁ ପହଞ୍ଚତ୍ଥିଲେ । ପାଇକମାଳ ବିଡିଓ ସଦାଶିବ ନାୟକ, ସହକାରୀ ଯନ୍ତ୍ରୀ ଏସଏନ କଶ୍ୟପ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ମାଝୀ, ସହକାରୀ ଯନ୍ତ୍ରୀ ରଶ୍ମିରଞ୍ଜନ ମାର୍ଥା, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭୀଷ୍ମଦେବ ମାଝୀ, ଜଗଦଲପୁର ଥାନା ଅଧିକାରୀ ଲିଲିମା ବାର୍ଲା, ଗ୍ରାମରୋଜଗାର ସେବକ କମଳକାନ୍ତ ସାହୁ ପ୍ରମୁଖ ଡଙ୍ଗା ସାହାଯ୍ୟରେ ଜନସାଧାରଣ କିପରି ଯାତାୟାତ କରୁଛନ୍ତି ତାହା ଦେଖିଥିଲେ । ଲାଇଫ ଜାକେଟ ସହ ଅଳ୍ପ କ୍ଷମତା ସମ୍ପନ୍ନ ଡଙ୍ଗାରେ ପ୍ରାୟ ୨୦ଜଣ ଲୋକ ଯାତାୟାତ କରିବା ପାଇଁ ଡଙ୍ଗାଘାଟ ନିଲାମ ନେଇଥିବା ବ୍ୟକ୍ତିଙ୍କୁ ସଚେତନ କରାଇଥିଲେ । ଡଙ୍ଗାରେ କଣା ହୋଇ ପାଣି ଲିକ୍‌ କରୁଥିଲେ ବିଶେଷ ଧ୍ୟାନ ଦେବାକୁ ସତର୍କ କରାଇଥିଲେ। ପ୍ରଶାସନିକ ଅଧିକାରୀମାନେ ଡଙ୍ଗାଘାଟ ନିଲାମ ନେଇଥିବା ବ୍ୟକ୍ତିଙ୍କୁ ୩୦ଟି ଲାଇଫ ଜାକେଟ ପ୍ରଦାନ କରିଥିଲେ ଏବଂ ତାର ସଦ୍‌ ବିନିଯୋଗ ପାଇଁ ପରାମର୍ଶ ଦେଇଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel