ମାନିଲା, ୪ା୮(ପି.ଟି.): କେନ୍ଦ୍ରୀୟ ଫିଲିପାଇନ୍ସ ନିକଟ ସମୁଦ୍ରରେ ଶନିବାର ୨ଟି ଡଙ୍ଗା ବୁଡ଼ିଯିବାରୁ ୧୩ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ କେତେକ ନିଖୋଜ ଥିବା ଜଣାପଡ଼ିଛି। ୩୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଇଲୋଇଲୋ ଓ ଗୁଇମାରା ଦ୍ୱୀପ ମଧ୍ୟରେ ପ୍ରବଳ ପବନ ଓ ଢେଉ ହେବାରୁ ଦୁଇଟି ଡଙ୍ଗା ବୁଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ୬ ମହିଳା ଥିବା ଜଣାପଡ଼ିଥିଲେ ହେଁ ସେମାନଙ୍କ ଠିକଣା ମିଳିନାହିଁ। ରେଡ୍କ୍ରସ ପକ୍ଷରୁ ଦୁଇଟି ଡଙ୍ଗାର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛି।