Categories: ଖେଳ

ଡଚ୍‌ ଓପନ: ସେମିରେ ଲକ୍ଷ୍ୟ

ଆଲମେରେ(ନେଦରଲାଣ୍ଡ),୧୨।୧୦- ଦେଶର ଉଦୀୟମାନ ପୁରୁଷ ସିଙ୍ଗଲ୍ସ ଶଟଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ଡଚ୍‌ ଓପନ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ରାତିରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ସେ ଅନ୍ୟ ଭାରତୀୟ ଖେଳାଳି ବି. ଏମ୍‌. ରାହୁଲ ଭରଦ୍ୱାଜଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ଗତ ମାସରେ ବେଲଜିୟମ ଓପନ ଜିତିଥିବା ଲକ୍ଷ୍ୟ ୨୧-୯, ୨୧-୧୬ ଗେମ୍‌ରେ ମ୍ୟାଚ୍‌ ଜିତି ନେଇଛନ୍ତି। ୧୮ ବର୍ଷୀୟ ଶଟଲରଙ୍କୁ ମ୍ୟାଚ୍‌ ଜିତିବା ପାଇଁ ୩୭ମିନିଟ ଲାଗିଥିଲା। ପୂର୍ବତନ ଏସିଆନ୍‌ ଜୁନିୟର ଚାମ୍ପିୟନ ଓ ଯୁବ ଅଲିମ୍ପିକ୍ସ ଗେମ୍ସ ରୌପ୍ୟ ପଦକଧାରୀ ଲକ୍ଷ୍ୟ ସେମିଫାଇନାଲାରେ ସ୍ବିଡେନର ଫେଲିକ୍ସ ବୁରେଷ୍ଟଟଙ୍କୁ ଭେଟିବେ।

Share