ଦି ହଗ୍,୨୮।୫: କୋଭିଡ-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଡଚ୍ ଫର୍ମୁଲା-୧ ଗ୍ରାଁ ପ୍ରିକୁ ଆସନ୍ତାବର୍ଷକୁ ସ୍ଥଗିତ ରଖାଯାଇଛି। ୧୯୮୫ ପରେ ପ୍ରଥମଥର ପାଇଁ ଏହି ରେସ୍ ଆୟୋଜନ ହେବାକୁ ଯାଉଥିଲା। ବିନା ଦର୍ଶକରେ ଏହି ରେସ୍ ଆୟୋଜନ କରିବାକୁ ଚାହୁଁନଥିବାରୁ ଆୟୋଜକ ମାନେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇଛି। ଏହାକୁ ପ୍ରତମେ ମେ ୩ ତାରିଖରେ ଜଣ୍ଡବୁର୍ଟରେ ଆୟୋଜନ କରାଯାଇଥାନ୍ତା। କିନ୍ତୁ ମହାମାରୀ କାରଣରୁ ଏହି ସେତେବେଳେ ସ୍ଥଗିତ ରଖାଯାଇଥିଲା। ଏହାପୂର୍ବରୁ ୩ଟି ଫର୍ମୁଲ-୧ ରେସ୍କୁ ବାତିଲ କରାଯାଇଛି। ମାର୍ଚ୍ଚ ୧୫ ତାରିଖରେ ଆୟୋଜନ ହେବାକୁ ଥିବା ଅଷ୍ଟ୍ରେଲିଆ ଗ୍ରାଁ ପ୍ରି, ମେ ୨୪ରେ ଆୟୋଜନ ହେବାକୁ ଥିବା ମୋନାକୋ ଓ ଜୁନ୍ ୨୮ରେ ଆୟୋଜନ ହେବାକୁ ଥିବା ଫ୍ରେଞ୍ଚ୍ସ ଗ୍ରାଁ ପ୍ରିକୁ ମଧ୍ୟ ସମକାରଣ ପାଇଁ ବାତିଲ କରାଯାଇଛି। ବାକି ୬ଟି ଫର୍ମୁଲ-୧ ରେସ୍କୁ ସ୍ଥଗିତ ରଖାଯାଇଛି ଓ ଏଗୁଡିକ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜନ ହେବ।