‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ ଗର୍ବ ଅନୁଭବ ହୋଇଥାଏ। ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଭାରତ ସରକାର ଏକ ବିଶେଷ ସମ୍ମାନରେ ତାଙ୍କୁ ସମ୍ମାନିତ କରିବାକୁ ଯାଉଛନ୍ତି। ଆସନ୍ତା ୨୮ରେ ୯୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଡଟର ଅଫ ଦ ନେଶନ’ ସମ୍ମାନରେ ଲତାଙ୍କୁ ସମ୍ମାନିତ କରିବେ। ତାଙ୍କୁ ସମ୍ମାନିତ କରିବା ଅର୍ଥ ଦେଶର ଝିଅଙ୍କୁ ସମ୍ମାନିତ କରିବା ସହ ସମାନ। ତେଣୁ ଲତାଙ୍କୁ ବିଧିବଦ୍ଧ ଭାବେ ଦେଶର ପୁତ୍ରୀ ଆଖ୍ୟାରେ ସମ୍ମାନିତ କରାଯିବ। ସୂଚନା ଅନୁସାରେ, ଏହି ସ୍ବତନ୍ତ୍ର ଅବସର ପାଇଁ ଗାୟକ ପ୍ରସୁନ ଜୋଶୀ ଏକ ଗୀତ ମଧ୍ୟ ଲେଖିଛନ୍ତି। ‘ମୋଦି ଲତା ମଙ୍ଗେସକରଙ୍କ କଣ୍ଠର ଜଣେ ବଡ଼ ପ୍ରଶଂସକ ବୋଲି ସରକାରଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।

Share