କ୍ରିକେଟ କଥା ଯେବେ ବି ଆଲୋଚନା ହୁଏ,ସାର୍ ଡନ୍ ବ୍ରାଡ୍ମ୍ୟାନ୍ଙ୍କ କଥା ନିଶ୍ଚିତ ଚର୍ଚ୍ଚାକୁ ଆସେ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍ କ୍ରିକେଟର ୧୯୨୮ରେ ବ୍ରିସ୍ବେନ୍ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ୫୨ ଟେଷ୍ଟ ଖେଳି ୯୯.୯୨ ହାରରେ ୬୯୯୬ ରନ୍ କରିଥିଲେ। ସେଥିମଧ୍ୟରେ ୨୯ଟି ଶତକ ଅନ୍ତର୍ଭୁକ୍ତ ଥିଲା। ଟେଷ୍ଟ କ୍ୟାରିୟରରେ ସେ ମାତ୍ର ୬ଟି ଛକା ମାରିଥିଲେ। ଇଂଲଣ୍ଡ ବିପକ୍ଷରେ ୫ଟି ଏବଂ ଭାରତ ବିପକ୍ଷରେ ଗୋଟିଏ ଛକା ମାରିଥିଲେ।