Categories: ଖେଳ

ଡବଲ୍ସ ଖେଳିବେ ସେରେନା-ଓଜନିଆକି

ଅକ୍‌ଲାଣ୍ଡ, ୨୪ା୧୨ (ଏପି)-ଦୀର୍ଘ ଦିନର ବାନ୍ଧବୀ ସେରେନା ଓ୍ବିଲିୟମ୍ସ ଓ କାରୋଲିନ୍‌ ଓଜନିଆକି ପ୍ରଥମ ଥର ପାର୍ଟନର ହୋଇ ଡବଲ୍ସ ମ୍ୟାଚ ଖେଳିବେ। ଜାନୁୟାରୀ ୬ରେ ଅକ୍‌ଲାଣ୍ଡଠାରେ ଆରମ୍ଭ ହେବାକୁଥିବା ଡବ୍ଲ୍ୟୁଟିଏ ଟୁର୍‌ ଅନ୍ତର୍ଗତ ଏଏସ୍‌ବି କ୍ଲାସିକ୍‌ ଟେନିସଥ ଟୁର୍ନାମେଣ୍ଟରେ ସେମାନଙ୍କ ଖେଳ ଦେଖିବାକୁ ମିଳିବ। ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଓଜନିଆକି ୨୦୧୫ ମସିହାଠାରୁ ଏହି ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ତାଙ୍କ ସିଜନ ଆରମ୍ଭ କରି ଆସୁଛନ୍ତି। ୨୦୧୮ରେ ଅଷ୍ଟ୍ରେଲିଆନ୍‌ ଓପନ ଜିତିବାପରଠାରୁ ୨୯ ବର୍ଷୀୟ ଓଜନିଆକିଙ୍କର ସ୍ନାୟୁଗତ ସମସ୍ୟା ଦେଖାଦେଇଛି। ଆସନ୍ତା ମାସରେ ମୋଲବୋର୍ନଠାରେ ଶେଷଥର ପାଇଁ ସେ ଅଷ୍ଟ୍ରେଲିଆନ ଓପନ ଖେଳିବେ। ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ୨୦୧୫ରେ ଫେଡକପ୍‌ ଓ୍ବାଲର୍‌ଡ ଗ୍ରୁପ୍‌ ପ୍ଲେ-ଅଫ୍‌ ପରଠାରୁ ଭଉଣୀ ଭେନସଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କ ସହିତ ପାର୍ଟନର ହୋଇ ଡବଲ୍ସ ଖେଳି ନାହାନ୍ତି। ୨୦୦୨ରେ ଏକ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟରେ ଶେଷ ଥର ପାଇଁ ଭେନସଙ୍କ ବିନା ଡବଲ୍ସ ଖେଳିଥିଲେ। ଓଜନିଆକି ୩ ବର୍ଷରୁ ଅଧିକ ସମୟ ହେଲା ଡବଲ୍ସ ମ୍ୟାଚ ଖେଳି ନାହାନ୍ତି।

Share