Categories: ଖେଳ

ଡବଲ ଅଲିମ୍ପିକ ଚାମ୍ପିୟନଙ୍କ ୨୫ ବର୍ଷ ବୟସରେ ଅବସର

ବର୍ଲିନ, ୧୭ା୫ (ଏଏଫ୍‌ପି)- ସ୍ବାସ୍ଥ୍ୟଗତ କାରଣରୁ ଜର୍ମାନୀର ଡବଲ ଅଲିମ୍ପିକ ବାଏଥଲନ ଚାମ୍ପିୟନ ଲାଉରା ଡାହଲମେର ମାତ୍ର ୨୫ ବର୍ଷ ବୟସରେ ଶୁକ୍ରବାର ତାଙ୍କ ଅବସର ଘୋଷଣା କରିଛନ୍ତି। ପ୍ରଫେସନାଲ ସ୍ପୋଟର୍‌ସରେ ଶତ ଜଣେ ଆଥଲେଟ୍‌ ଶତପ୍ରତିଶତ ଫିଟ୍‌ ରହିବା ଦରକାର। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ମୁଁ ତାହା ଅନୁଭବ କରୁ ନାହିଁ ବୋଲି ଲାଉରା କହିଛନ୍ତି। ଲାଉରା ତାଙ୍କ କ୍ୟାରିୟରରେ ୭ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ଜିତିଛନ୍ତି। ଗତ ବର୍ଷ ପ୍ୟଙ୍ଗଚାଙ୍ଗଠାରେ ଗୋଟିଏ ଅଲିମ୍ପିକ୍ସରେ ସେ ପ୍ରଥମ ମହିଳା ବାଏଥଲେଟ ଆଥଲେଟ ଭାବେ ଉଭୟ ସ୍ପ୍ରିଣ୍ଟ ଓ ପର୍ସୁଟ ଜିତିଥିଲେ। ଲାଉରା ଦୁଇ ମାସ ବିଶ୍ରାମ ନେବାପରେ ଗତ ଅକ୍ଟୋବରରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଜାନୁୟାରୀରେ ଆନ୍ଥୋଲ୍‌ଜଠାରେ ବିଶ୍ୱକପ୍‌ ଇଭେଣ୍ଟରେ ୧୨.୫ କିମି ମାସ୍‌ ଷ୍ଟାର୍ଟରେ ବିଜୟ ଲାଭ କରିଥିଲେ। ସୂଚନାଯୋଗ୍ୟ, ଜର୍ମାନୀର ଅନ୍ୟ ଜଣେ ବାଏଥଲେଟ ମାଗ୍‌ଡାଲେନା ନେଉନର ହେଉଛନ୍ତି ଜଣେ ଡବଲ ଅଲିମ୍ପିକ ଚାମ୍ପିୟନ। ସେ ମଧ୍ୟ ୨୦୧୨ରେ ମାତ୍ର ୨୫ ବର୍ଷ ବୟସରେ ଅବସର ନେଇଥିଲେ।

Share