ଡବଲ ମଜା

ଆଲିୟାଙ୍କ ମନ ଏବେ ଆକାଶରେ ଉଡୁଛି। କାରଣ କ’ଣ ଜାଣନ୍ତି ? ନିଜ ରିଲ୍‌ ଲାଇଫରେ ସେ ପ୍ରଥମ ଥର ପାଇଁ ତାଙ୍କର ବାପା ମହେଶ ଭଟ୍ଟଙ୍କ ସହ କାମ କରୁଛନ୍ତି। ଅର୍ଥାତ୍‌, ୧୯୯୧ର ସୁପରହିଟ୍‌ ଫିଲ୍ମ ତଥା ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ସଡକ୍‌’ର ରିମେକ୍‌ ‘ସଡକ୍‌-୨’ ଶୁଟିଂ ଏବେ ଚାଲୁ ରହିଛି। ଏ ବିଷୟରେ ଆଲିୟା କହନ୍ତି, ‘ଏହି ଫିଲ୍ମରେ ଅଭିନୟ କରିବାକୁ ମୋତେ ଯେତେବେଳେ ଅଫର ମିଳିଲା ସେତେବେଳେ ମୋ ଖୁସି ବନ୍ଧବାଡ ମାନି ନ ଥିଲା। ବାପା ଏବଂ ଭଉଣୀ ପୂଜାଙ୍କ ସହ କାମ କରିବାର ମଜା ନିଆରା। ଇଏ ତ ଗୋଟିଏ ଖୁସି କଥା। ଆଉ ଏକ କଥା ହେଲା ଏବେ ଉଟ୍ଟିରେ ଆମର ମାରାଥନ୍‌ ଶୁଟିଂ ଚାଲିଛି। ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜା ନେଉଛି।’ ଏହି ଫିଲ୍ମରେ ଆଲିିୟାଙ୍କ ସହ ମେଲ୍‌ ଲିଡ୍‌ରେ ଅଛନ୍ତି ଆଦିତ୍ୟ ରୟ କପୁର।

Share