Categories: ଜାତୀୟ

ଡବାବାଲା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯୋଗାଇବେନି ଡବା: ହାଜିଅଲ୍ଲୀ ଦରଘା ବନ୍ଦ

ମୁମ୍ବାଇ,୧୯।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଡବାବାଲା ସଂଘ ପକ୍ଷରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡବା ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରରେ ପ୍ରତିଦିନ ଶହଶହ ଡବାବାଲା ହଜାର ହଜାର ଲୋକଙ୍କ ପାଖରେ ଖାଦ୍ୟ ଡବା ପହଞ୍ଚାଇଥାନ୍ତି। ସଂକ୍ରମଣ ଯୋଗୁ ଏଭଳି କରାଯାଇଥିବା ଡବାବାଲା ସଂଘ କହିଛି। ସେହିପରି ସ୍ଥାନୀୟ ହାଜିଅଲ୍ଲୀ ଦରଘାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏଠାକୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି। ଭିଡ଼ଦ୍ୱାରା କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share