Categories: ଫୁରସତ

ଡବ୍ଲୁଡବ୍ଲୁଇରେ ବିବାହ କରୁଥିଲେ ରେସ୍‌ଲର: କେକ୍‌ ଭିତରୁ ବାହାରିଲେ ପୂର୍ବତନ ସ୍ବାମୀ

ବିବାହ ସବୁ ଝିଅ ଓ ପୁଅଙ୍କ ପାଇଁ ଏକ ରଙ୍ଗୀନ ସ୍ବପ୍ନ। ଏହାକୁ ସ୍କୃତି କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗ ଓ ଆଡମ୍ବରରେ ବିବାହ ଆୟୋଜନ କରିଥାନ୍ତି। ହେଲେ ଏବେ ଏକ ବିବାହ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ମୁତାବକ ଡବ୍ଲୁଡବ୍ଲୁଇ ର’ରେ ବବି ଲେଶଲି ଓ ଲାନାଙ୍କର ବିବାହ ରିଙ୍ଗ୍‌ରେ ଅନୁଷ୍ଠିତ ହୋଇଥିଲା। ସୋମବାର ରାତି ର’ରେ ଲାନା ହ୍ବାଇଟ ଗାଉନ୍‌ ପିନ୍ଧିଥିବା ବେଳେ ସେ ବେଶ୍‌ ସୁନ୍ଦର ଦେଖାଯାଉଥିଲେ। ଆଉ ବବି ବ୍ଲାକ୍‌ କଲରର ହାପ୍‌ କୋର୍ଟରେ ବେଶ୍‌ ହ୍ୟାଣ୍ଡସମ୍‌ ନଜର ଆସିଥିଲେ। ବିବାହ ଆରମ୍ଭ କରିବା ପାଇଁ ପାଦ୍ରି କହିଥିଲେ। ହେଲେ ସେହି ସମୟରେ ବହୁ ସମୟରୁ ରେସ୍‌ଲିଂରୁ ଦୂରେଇ ରହିଥିବା ଡବ୍ଲୁଡବ୍ଲୁଇର ସୁପରଷ୍ଟାର ଲିବ ମାର୍ଗନ ଆସି ବିବାହରେ ବାଧା ସୃଷ୍ଟି କରିଥିଲେ। ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲାନା ମାର୍ଗନଙ୍କୁ ମାଡ଼ମାରିବା ଆରମ୍ଭ କରିଦେଇଥିଲେ। ଗୋଟିଏ ପଟେ ମାରପିଟ୍‌ ଚାଲିଥିବା ବେଳେ ଅନ୍ୟପଟେ ଲାନାଙ୍କ ପୂର୍ବତନ ସ୍ବାମୀ ରୁସେବ କେକ୍‌ ଭିତରୁ ବାହାରିଥିଲେ। ତାଙ୍କୁ ଦେଖି ଲାନା ଆଶ୍ଚର୍ଯ୍ୟ ହେବା ସହ କାନ୍ଦି ପକାଇଥିଲେ। ପରେ ରୁସେବ ମଧ୍ୟ ବବିଙ୍କୁ ପ୍ରବଳ ମାଡ଼ ମାରିଥିଲେ। ସେହି ସମୟରେ ମାର୍ଗନ ପୁଣି ରିଙ୍ଗ୍‌ ଭିତରକୁ ଆସି ଲାନାଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରକୁ କେକ୍‌ ଫୋପାଡ଼ିଥିଲେ। କିଛି ସମୟ ଧରି ରିଙ୍ଗ୍‌ରେ ଏହି ଉତ୍ତେଜନା ଲାଗି ରହିଥିଲା। ଏଥିଯୋଗୁ ବିବାହ ଆଉ ହୋଇପାରି ନ ଥିବା ବେଳେ ଏବେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share