Categories: ବାଣିଜ୍ୟ

ଡବ୍ଲ୍ୟୁଇଏଫ୍‌ର ଇଣ୍ଡିଆ ଇକୋନୋମିକ ସମିଟ୍‌ ୩ରୁ

ନୂଆଦିଲ୍ଲୀ,୨-୧୦: ଓ୍ବାର୍ଲଡ ଇକୋନୋମିକ ଫୋରମ(ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ଇଣ୍ଡିଆ ଇକୋନୋମିକ ସମିଟ୍‌ ଚଳିତ ମାସ ୩ ଏବଂ ୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ୪୦ ଦେଶର ୮୦୦ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ବିଶ୍ୱ ସ୍ତରରୁ ବାଣିଜ୍ୟ ଲିଡରମାନେ ଏଠାରେ ଅଂଶଗ୍ରହଣ କରିବେ। ସମିଟ୍‌ର ଥିମ ‘ଇନୋଭେଟିଙ୍ଗ୍‌ ଫର ଇଣ୍ଡିଆ, ଷ୍ଟ୍ରେଙ୍ଗଦେନିଂ ସାଉଥ ଏସିଆ, ଇମ୍ପାକ୍ଟିଂ ଦି ଓ୍ବାଲର୍ଡ’ ରହିଛି। ସେହିଭଳି ଭାରତ ଏବଂ ଦକ୍ଷିଣ ଏସିଆର ସରକାରୀ ସ୍ତରରୁ ଅଧିକାରୀମାନେ ଯୋଗଦେବେ। ଇଦ୍ଭାବନ ଏବଂ ଟେକ୍ନୋଲେଜିର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। କାର୍ଯ୍ୟକ୍ରମରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରି, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବେ।

Share