Categories: ଜାତୀୟ

ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ନେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୨୩ା୫(ପି.ଟି.): କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାପାନର ଡ. ହିରୋକି ନାକାତାନିଙ୍କ ସ୍ଥାନରେ ସେ ଦାୟିତ୍ୱ ନେବା ପରେ କରୋନା ମହାମାରୀରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ। ମହାମାରୀ ସଙ୍କଟର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗିତାକୁ ମଜଭୁତ କରିବା ଜରୁରୀ ବୋଲି ସେ ମତ ଦେଇଥିଲେ। ହର୍ଷବର୍ଦ୍ଧନଙ୍କୁ ୩୪ ସଦସ୍ୟ ବିଶିଷ୍ଟ ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ କରିବା ପ୍ରସ୍ତାବ ସପକ୍ଷରେ ୧୯୪ଟି ଦେଶ ମତ ଦେଇଥିଲେ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପାଳି କରି ଅଧ୍ୟକ୍ଷ ପଦ ପ୍ରଦାନ କରାଯାଇଥାଏ। ଭାରତକୁ ଏହି ପଦ ଦେବା ଲାଗି ଗତବର୍ଷଠାରୁ ନିଷ୍ପତ୍ତି ହୋଇଥିଲା।

Share