Categories: ଖେଳ

ଡବ୍ଲ୍ୟୁଟିଏ ବ୍ରିସ୍‌ବେନ ଇଣ୍ଟରନ୍ୟାଶନାଲ ଟେନିସ ପ୍ରତିଯୋଗିତା: ଓସାକାଙ୍କ କଷ୍ଟସାଧ୍ୟ ବିଜୟ

ବ୍ରିସ୍‌ବେନ, ୭ା୧ (ଏଏଫ୍‌ପି)- ଡବ୍ଲ୍ୟୁଟିଏ ବ୍ରିସ୍‌ବେନ ଇଣ୍ଟରନ୍ୟାଶନାଲ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଜାପାନିଜ ଷ୍ଟାର ନାଓମି ଓସାକା ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ମାରିଆ ସାକାରିଙ୍କୁ ୬-୨, ୬-୭ (୭/୪), ୬-୩ରେ ହରାଇ ଦେଇଛନ୍ତି। ଏହି ମୁକାବିଲା ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଟୁର୍ନାମେଣ୍ଟର ତୃତୀୟ ସିଡ୍‌ ଓସାକା କହିଛନ୍ତି, ବର୍ଷର ପ୍ରଥମ ବିଜୟରେ ମୁଁ ଖୁବ୍‌ ଆନନ୍ଦିତ। କାନ୍ଧରେ ଆଘାତପ୍ରାପ୍ତ ଯୋଗୁ ଓସାକା ଅକ୍ଟୋବରରେ ଡବ୍ଲ୍ୟୁଟିଏ ଫାଇନାଲ୍ସରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ୬ଷ୍ଠ ସିଡ୍‌ ତଥା ଡଚ୍‌ ମହିଳା ଖେଳାଳି କିକି ବର୍ଟେନ୍ସ ଏକ ୩ ସେଟ ବିଶିଷ୍ଟ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ସେ ୟୁକ୍ରେନର ଦୟାନା ୟାସ୍ତ୍ରେମସ୍କାଙ୍କୁ ୬-୪, ୧-୬, ୬-୩ରେ ହରାଇ ଦେଇଛନ୍ତି। ୮ମ ସିଡ୍‌ ମାଡିସନ କିଜ୍‌ ପ୍ରଭାବୀ ପ୍ରଦର୍ଶନ ସହ ଚେକ୍‌ ରିପବ୍ଲିକର କ୍ୱାଲିଫାୟର ମାରି ବୋଜକୋଭାଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି।

Share