Categories: ଖେଳ

ଡବ୍ଲ୍ୟୁବିବିଏଲରେ ନ ଖେଳି ପାରନ୍ତି ହରମନପ୍ରୀତ, ମନ୍ଧାନା, ରୋଡ୍ରିଗୁଏଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ବ୍ୟାଟ୍ସଓମ୍ୟାନ ହରମନପ୍ରୀତ କୌର, ସ୍ମ୍ରିତି ମନ୍ଧାନା ଓ ଜେମିମା ରୋଡ୍ରିଗୁଏଜ ଆସନ୍ତା ୧୮ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ)ର ପ୍ରଥମାର୍ଦ୍ଧରେ ନ ଖେଳି ପାରନ୍ତି। ଡବ୍ଲୁବିବିଏଲ ଓ ଭାରତୀୟ ଦଳର ଓ୍ବେଷ୍ଟଇଣ୍ଡିଜ ସମାନ ସମୟରେ ଖେଳାଯିବ। ଭାରତୀୟ ଦଳ ଆସନ୍ତା ମାସ ୨୩ ତାରିଖରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ରି ସେଠାରେ ମାସେ ଖେଳିବ। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ଭାରତୀୟ ଦଳ ବ୍ୟସ୍ତ ଅଛି। ଏହାପରେ ଉଭୟ ଦଳ ମଧ୍ୟରେ ୩ ଦିନିକିଆ ଖେଳାଯିବ। ମହିଳା ଖେଳାଳିଙ୍କୁ ବିଭିନ୍ନ ଦେଶର ଲିଗ୍‌ରେ ଅଂଶଗ୍ରହଣ କରିବାକୁ ବିସିସିଆଇ ବାଧା ଦେଉ ନାହିଁ। କିନ୍ତୁ ଜାତୀୟ ଦଳ ପାଇଁ ସେମାନଙ୍କ ଉପସ୍ଥିତି ଦରକାର ରହିଛି। ଏଣୁ ସେମାନଙ୍କୁ ଅନ୍ତର୍ଜାତୀୟ ସିରିଜ୍‌କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ବିସିସିଆଇ ଜେନେରାଲ ମ୍ୟାନେଜର (କ୍ରିକେଟ ଅପରେଶନ୍ସ) ସବା କରିମ କହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତ କାର୍ଯ୍ୟସୂଚୀ ଯୋଗୁ ସିଡ୍‌ନୀ ଥଣ୍ଡର ଫ୍ରାଞ୍ଚାଇଜ ପକ୍ଷରୁ ହରମନପ୍ରୀତଙ୍କ ଚୁକ୍ତିର ସମୟସୀମାରେ ବୃଦ୍ଧି ହୋଇନାହଁ। ସେ ୨୦୧୬-୧୭ ସିଜନରେ ଦଳୀୟ ଲାଇନ ଅଫ୍‌ରେ ଅଛନ୍ତି।

Share