ଡମ୍ପରକୁ ଧକ୍କା ଦେଲା ଟ୍ରକ୍‌ : ୨ ଗୁରୁତର

ରେମୁଣା,୨୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗଉଡ଼ୁଣୀ ପୋଖରୀ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଡମ୍ପରକୁ ଟ୍ରକ୍‌ ଧକ୍କା ଦେବାରୁ ଟ୍ରକ୍‌ ଡ୍ରାଇଭ ଓ ହେଲ୍ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଶେରଗଡ଼ ଫାଣ୍ଡି ପୋଲିସ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ପୋଖରୀ ନିକଟରେ ଡମ୍ପର ଛିଡ଼ା ହୋଇଥିବା ବେଳେ ଟ୍ରକ୍‌ଟି ତାକୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଏହାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।