ଡମ୍ପର ଧକ୍କାରେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ଜୀବନଗଲା

ବନ୍ତ,୨୯ା୫(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଆଗରପଡ଼ା-କୁପାରୀ ରାସ୍ତାର କାଣ୍ଡବା ପୋଲ ନିକଟସ୍ଥ ପେଟ୍ରୋଲ ଟାଙ୍କି ଛକ ନିକଟରେ ବୁଧବାର ସକାଳ ସାଢ଼େ ୬ଟାରେ ଏକ ଡମ୍ପର ଧକ୍କାରେ ଜଣେ ଅଙ୍ଗନଓ୍ବାଡି ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାଣ୍ଡବା ଆଦିବାସୀ ସାହିର ଛୋଟରାୟ ଟୁଡୁଙ୍କ ଝିଅ ଜୁଲି(୩) ଅଟନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।